Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଗୁପ୍ତଚର ଜ୍ୟୋତିଙ୍କ ସହ ପାକିସ୍ତାନ ଯାଇଥିଲେ ପୁରୀ ଯୁବତୀ

    Share on :
    ajab-Image
    Date: May 18, 2025    Views: 3631

    ପୁରୀ: ପାକିସ୍ତାନ ପାଇଁ ଗୁପ୍ତଚରଗିରି କରି ହରିୟାଣାର ହିସାରରୁ ଗିରଫ ହୋଇଥିବା ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହିତ ପୁରୀର ପ୍ରିୟଙ୍କା ନାମ୍ନୀ ଯୁବତୀଙ୍କ ଲିଙ୍କ୍‌ ରହିଛି। ଏହା ଜଣାପଡ଼ିବା ପରେ ଗୁଇନ୍ଦା ବ୍ୟୁରୋ ଏବଂ ପୁରୀ ପୁଲିସ ମିଳିତ ଭାବେ ତାଙ୍କୁ ଜେରା କରିଛନ୍ତି। ପ୍ରିୟଙ୍କା ଜ୍ୟୋତିଙ୍କ ସହିତ ପାକିସ୍ତାନ ଯାଇଥିବା ଜେରାରୁ ଜଣାପଡ଼ିଛି।
    ପ୍ରିୟଙ୍କାଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରଫେସନାଲ କଣ୍ଟେଣ୍ଟ କ୍ରିଏଟର ହିସାବରେ ଜ୍ୟୋତିଙ୍କ ସହିତ ତାଙ୍କ ଝିଅଙ୍କ ସମ୍ପର୍କ ଥିଲା। ଜ୍ୟୋତିଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ସେ କିମ୍ବା ତାଙ୍କ ଝିଅ କିଛି ଜାଣିନାହାନ୍ତି। ତାଙ୍କ ଝିଅ ଜ୍ୟୋତି ସହିତ ପାକିସ୍ତାନର କରତାରପୁର ଯାଇଥିଲେ। ଜ୍ୟୋତି ପୁରୀ ଆସିଥିବା ସମୟରେ ସେମାନେ ବୁଲାବୁଲି କରିଥିଲେ। ପ୍ରିୟଙ୍କା କହିଛନ୍ତି ଯେ, ଜ୍ୟୋତି ଶତ୍ରୁ ଦେଶର ଗୁପ୍ତଚର ବୋଲି ସେ ଜାଣି ନ ଥିଲେ। ଏ ବିଷୟରେ ସେ ଜାଣିଥିଲେ ତାଙ୍କ ସହ କେବେ ବି ସମ୍ପର୍କରେ ଆସି ନ ଥାଆନ୍ତେ। ଆବଶ୍ୟକ ପଡ଼ିଲେ ମାମଲାର ତଦନ୍ତରେ ସେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook