Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଗୋଆ ଲାଗି ଖେଳିବେ ଯଶଭି ଜୟସ୍ୱାଲ

    Share on :
    ajab-Image
    Date: Apr 3, 2025    Views: 2503

    ମୁମ୍ବାଇ : ଭାରତୀୟ ଟେଷ୍ଟ ଦଳର ଯୁବ ଓପ୍ନର ଯଶଭି ଜୟସ୍ୱାଲ ବ୍ୟକ୍ତିଗତ କାରଣ ଲାଗି ମୁମ୍ବାଇ ଛାଡ଼ିବାକୁ ନିଷ୍ପତି ନେଇଛନ୍ତି । ୨୦୨୫-୨୬ ସିଜନରେ  ସେ ଗୋଆ ପକ୍ଷରୁ ଖେଳିବେ । ତାଙ୍କୁ ମୁମ୍ବାଇ କ୍ରିକେଟ ଆସୋସିଏସନ ନୋ ଅବଜେକ୍ସନ ସାର୍ଟିଫିକେଟ ପ୍ରଦାନ କରିଛି । ଗୋଆ କି୍ରକେଟ ଆସୋସିଏସନ ଜୟସ୍ୱାଲଙ୍କୁ ଅଧିନାୟକ ଦାୟିତ୍ୱ ଦେବାକୁ ବିଚାର କରୁଛି । ଅନ୍ୟ ପକ୍ଷରେ ଜୟସ୍ୱାଲଙ୍କ ମୁମ୍ବାଇ ଟିମମେଟ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଗୋଆ ଲାଗି ଖେଳିବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି । ତେବେ ତାଙ୍କୁ ମୁମ୍ବାଇ କ୍ରିକେଟ ଆସୋସିଏସନ ନୋ ଅବଜେକ୍ସ ନ ସାର୍ଟିଫିକେଟ ପ୍ରଦାନ କରିବାକୁ ଇଚ୍ଛୁକ ନଥିବା ଜଣାପଡ଼ିଛି । ସେହିପରି ହାଇଦ୍ରାବାଦ ଅଧିନାୟକ ତିଲକ ବର୍ମା ମଧ୍ୟ ଗୋଆ ଲାଗି ଖେଳିବାକୁ ଇଚ୍ଛୁକ ଅଛନ୍ତି ।    
     

    Maximum 500 characters

    ଖେଳ ଖବର View all

    Find Us on Facebook