Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ହର୍ମନ୍‌ପ୍ରୀତଙ୍କୁ ବିଶ୍ରାମ, ସ୍ମୃତି ଅଧିନାୟିକା : ଆୟର୍ଲାଣ୍ଡ ଦିନିକିଆ

    Share on :
    ajab-Image
    Date: Jan 7, 2025    Views: 3176

    ନୂଆଦିଲ୍ଲୀ : ଭାରତୀୟ ମହିଳା ଦଳର ନିୟମିତ ଅଧିନାୟିକା ହର୍ମନ୍‌ପ୍ରୀତ କୌରଙ୍କୁ ଆୟର୍ଲାଣ୍ଡ ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳାରେ ବିଶ୍ରାମ ଦିଆଯାଇଛି। ତାଙ୍କ ସହ ଦ୍ରୁତ ବୋଲର ରେଣୁକା ସିଂହଙ୍କୁ ମଧ୍ୟ ବିଶ୍ରାମ ମଳିଛି। ତେବେ ଚଳିତ ମାସରେ ଖେଳାଯିବାକୁ ଥିବା ଏହି ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳ‌ା ଲାଗି ସ୍ମୃତି ମନ୍ଧାନାଙ୍କୁ ନେତୃତ୍ବ ଭାର ମିଳିଛି।

    ଏହି ଶୃଙ୍ଖଳା ୧୦, ୧୨ ଓ ୧୫ ତାରିଖରେ ରାଜକୋଟରେ ଖେଳାଯିବ। ୩୫ ବର୍ଷୀୟା ହର୍ମନ୍‌ପ୍ରୀତ ଓ ରେଣୁକା ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳା ବେଳେ ସାମାନ୍ୟ ଆହତ ହୋଇଥିଲେ। ତେଣୁ ଉଭୟଙ୍କୁ ଅଧିକ ଚାପ ନଦେବା ପାଇଁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି। ଭାରତୀୟ ଦଳ: ସ୍ମୃତି ମନ୍ଧାନା (ଅଧିନାୟିକା), ଦୀପ୍ତି ଶର୍ମା (ଉପଅଧିନାୟିକା), ପ୍ରତୀକା ରାୱଲ, ହର୍ଲିନ ଦେଓଲ, ଜେମିମା ରଡ୍ରିଗ୍, ଊମା ଛେତ୍ରୀ (ୱିକେଟ୍‌କିପର), ରିଚା ଘୋଷ (ୱିକେଟ୍‌କିପର), ତେଜାଲ ହସାବ୍‌ନିସ, ରାଘବୀ ବିଷ୍ଟ, ମିନୁ ମଣି, ପ୍ରିୟା ମିଶ୍ରା, ତନୁଜା କନୱାର, ଟିଟାସ ସାଦ୍ଧୁ, ସାଇମା ଠକର, ସାୟାଲୀ ସାତ୍‌ଘରେ।

     

    Maximum 500 characters

    ଖେଳ ଖବର View all

    Find Us on Facebook