Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମହିଳା ଟି-୨୦ ବିଶ୍ୱକପ୍‌‌ : ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା

    Share on :
    ajab-Image
    Date: Oct 4, 2024    Views: 4301

    ଦୁବାଇ : ବାଂଲାଦେଶ-ସ୍କଟଲାଣ୍ଡ ମୁକାବିଲା ସହ ଗୁରୁବାରଠୁ ଆରମ୍ଭ ହୋଇଛି ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌‌ର ନବମ ସଂସ୍କରଣ। ଏହି ମ୍ୟାଚ୍‌‌ରେ ବାଂଲାଦେଶ ୧୬ ରନ୍‌‌ରେ ସ୍କଟଲାଣ୍ଡକୁ ହରାଇ ଉଦ୍‌‌ଘାଟନୀ ମୁକାବିଲାରେ ବିଜୟୀ ହୋଇଛି। କିନ୍ତୁ ଥରେ ହେଲେ ଚାମ୍ପିଅନ ହୋଇ ନ ଥିବା ଭାରତ ଏଥର ନ୍ୟୁଜିଲାଣ୍ଡ ସହ ଖେଳି ଆଜିଠାରୁ ଅଭିଯାନ ଆରମ୍ଭ କରିବ।
    ଭାରତ ଆଜି ଗ୍ରୁପ୍‌‌-ଏ’ରେ ପ୍ରଥମ ମ୍ୟାଚ୍‌‌ ନ୍ୟୁଜିଲାଣ୍ଡ ସହ ଖେଳିବ। ଚଳିତବର୍ଷ ଭାରତ ଏହି ପ୍ରତିଯୋଗିତାର ଦୁଇ ଶକ୍ତିଶାଳୀ ଦଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆକୁ ୩ ଥର ଲେଖାଏଁ ପରାସ୍ତ କରିଛି। ଚେନ୍ନଇରେ ଦଳ ଦକ୍ଷିଣ ଆଫ୍ରିକା ପ୍ରଦତ୍ତ ୧୯୦ ପ୍ଲସ୍‌‌ ଟାର୍ଗେଟକୁ ହାସଲ କରିଛି। କହିବାକୁ ଗଲେ ଦଳ ଭଲ ଫର୍ମରେ ରହିଛି। ଗତ ବିଶ୍ୱକପ୍‌‌ ଖେଳିଥିବା ଭାରତୀୟ ଦଳର ୧୦ଜଣ ଖେଳାଳି ଏଥର ସ୍ଥାନ ବଜାୟ ରଖିଛନ୍ତି। ଏଭଳି ସ୍ଥିତିରେ ଭାରତ ନିକଟରେ ଯେପରି ଅଭିଜ୍ଞତା ରହିଛି, ସେହିପରି ପ୍ରତିଭା ମଧ୍ୟ ଅଛି। ଏଣୁ ହରମନପ୍ରୀତ କୌର କିପରି ନିଜର ଖେଳାଳିମାନଙ୍କୁ ବ୍ୟବହାର କରିବେ ତାହା ଟୁର୍ଣ୍ଣାମେଣ୍ଟରେ ଜଣାପଡ଼ିବ।
    ଅନ୍ୟ ପକ୍ଷରେ ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ନ୍ୟୁଜିଲାଣ୍ଡ ଏତେ ଶକ୍ତିଶାଳୀ ନ ଥିଲେ ମଧ୍ୟ ଭାରତ ତାହାକୁ ଆଦୌ ହାଲ୍‌‌କା ଭାବେ ନେଉନାହିଁ। ପ୍ରଥମ ମ୍ୟାଚ୍‌‌ ଜିତିବା ସହଜ ହୋଇଗଲେ ଟୁର୍ଣ୍ଣାମେଣ୍ଟ ସାରା ଭଲ ଖେଳ ହେବ। ଏହି ଆଶା ନେଇ ଭାରତ ଆସନ୍ତାକାଲି ମୁକାବିଲାକୁ ଓହ୍ଲାଇବ। ଏହାପରେ ଭାରତ ଅକ୍ଟୋବର ୬ରେ ପାକିସ୍ତାନ, ୧୧ରେ ଶ୍ରୀଲଙ୍କା ଓ ୧୩ରେ ଅଷ୍ଟ୍ରେଲିଆ ସହ ଖେଳିବ।
    ଭାରତୀୟ ଦଳ: ହରମନପ୍ରୀତ୍‌‌ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପଅଧିନାୟିକା), ଶେଫାଳି ବର୍ମା, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗ୍ୱେଜ୍‌‌, ରିଚା ଘୋଷ (ୱିକେଟ ରକ୍ଷକ), ୟସ୍ତିକା ଭାଟିଆ (ୱିକେଟ ରକ୍ଷକ), ପୂଜା ଭସ୍ତ୍ରାକାର, ଅରୁନ୍ଧତି ରେଡ୍ଡୀ, ରେଣୁକା ସିଂ ଠାକୁର, ଦୟାଲାନ ହେମଲତା, ଆଶା ଶୋଭନା, ରାଧା ଯାଦବ, ଶ୍ରେୟଙ୍କା ପାଟିଲ, ସଞ୍ଜନା ସଞ୍ଜୀବନ।

    Maximum 500 characters

    ଖେଳ ଖବର View all

    Find Us on Facebook