Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜିଠୁ ମହିଳା ଟି-୨୦ ବିଶ୍ୱକପ୍‌

    Share on :
    ajab-Image
    Date: Oct 3, 2024    Views: 4241

    ଦୁବାଇ: ଆଜିଠୁ ମହିଳା ଟି-୨୦ ବିଶ୍ୱକପ୍‌ । ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମହିଳା ଟି-୨୦ ବିଶ୍ୱକପର ୯ମ ସଂସ୍କରଣ। ଆସନ୍ତା ୨୦ ତାରିଖ ପର୍ୟ୍ୟନ୍ତ ଖେଳାଯାବାକୁ ଥିବା ଏହି ମେଗା ଇଭେଣ୍ଟରେ ଭାରତ ସମେତ ୧୦ଟି ଦଳ ଅଂଶଗ୍ରହଣ କରିଛନ୍ତି। ଦୁବାଇ ଓ ଶାରଜାର କ୍ରିକେଟ ଷ୍ଟାଡିୟମରେ ବିଶ୍ୱକପ୍‌ର ମୋଟ୍‌ ୨୩ଟି ମ୍ୟାଚ୍‌ ଖେଳାଯିବ। ଗୁରୁବାର ଉଦ୍‌ଘାଟନୀ ଦିବସରେ ଦୁଇଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମୁକାବିଲାରେ ବାଂଲାଦେଶ ଓ ସ୍କଟଲାଣ୍ଡ ଏବଂ ଦ୍ୱିତୀୟ ମୁକାବିଲାରେ ପାକିସ୍ତାନ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ। ସେହିପରି ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତ ଶୁକ୍ରବାର ନ୍ୟୁଜିଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଫାଇନାଲ ମୁକାବିଲା ଅକ୍ଟୋବର ୨୦ରେ ଦୁବାଇରେ ଖେଳାଯିବ। ଗତ ୨୦୨୩ ସଂସ୍କରଣରେ ଅଷ୍ଟ୍ରେଲିଆ ଟାଇଟଲ ଜିତିଥିଲା। ବିଶ୍ୱକପ୍‌ ପ୍ରଥମେ ବାଂଲାଦେଶରେ ଆୟୋଜନ ହେବାର କାର୍ୟ୍ୟକ୍ରମ ରହିଥିଲା। ତେବେ ରାଜନୈତିକ ହିଂସା କାରଣରୁ ବିଶ୍ୱକପ୍‌କୁ ୟୁଏଇ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
    ୧୦ଟି ଦଳକୁ ଦୁଇଟି ଏ ଓ ବି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗ୍ରୁପ୍‌ ଏ’ରେ ଭାରତ ସମେତ ପାକିସ୍ତାନ, ସର୍ବାଧିକ ୬ଥର ଟାଇଟଲ ହାସଲ କରିଥିବା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ସ୍ଥାନ ପାଇଛନ୍ତି। ସେହିପରି ଗ୍ରୁପ୍‌ ବି’ରେ ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଓ ସ୍କଟଲାଣ୍ଡ ସାମିଲ ହୋଇଛନ୍ତି। ବିଶ୍ୱ ମାନ୍ୟତାରେ ଭରାତ ନଂ ୩ ସ୍ଥାନରେ ରହିଛି ଓ ଏଥର ବିଶ୍ୱକପ୍‌ର ଅନ୍ୟତମ ଟାଇଟଲ ଫେବରାଇଟ ବିବେଚିତ ହେଉଛି। ୨୦୨୦ରେ ଭାରତ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ୮୫ ରନରେ ପରାସ୍ତ ହୋଇ ଉପ- ବିଜେତା ବିବେଚିତ ହୋଇଥିଲା। ବିଶ୍ୱସ୍ତରୀୟ ବ୍ୟାଟର, ଦ୍ରୁତ ବୋଲର ଓ ସ୍ପିନରଙ୍କୁ ନେଇ ଭାରତୀୟ ଦଳ ବେଶ ସନ୍ତୁଳିତ ମନେହେଉଛି। ତେଣୁ ହରମନପ୍ରୀତଙ୍କ ନେତୃତ୍ୱ ଓ ସ୍ମୃତି ମନ୍ଧାନାଙ୍କ ଉପ- ଅଧିନାୟକତ୍ୱରେ ଭାରତ ଏଥର ବାଜି ମାରିବ ବୋଲି ଆଶା କରାଯାଉଛି।

    Maximum 500 characters

    ଖେଳ ଖବର View all

    Find Us on Facebook