Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ବରଖାସ୍ତ

    Share on :
    ajab-Image
    Date: Oct 24, 2024    Views: 4019

    ଭୁବନେଶ୍ୱର: ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଓ ଅନ୍ୟ ୪ ଜଣ ସଦସ୍ୟାଙ୍କୁ ବରଖାସ୍ତ କରିଛନ୍ତି ମୋହନ ସରକାର । କମିଶନଙ୍କ ସହ ସଦସ୍ୟା ସ୍ପର୍ଣ୍ଣଲତା ସାମଲ, ସୁଜାତା ଦିଗଲ, ବବିତା ସ୍ୱାଇଁ ଓ ବିଜୟା ବରୱାଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦିଆଯାଇଛି । ରାଜ୍ୟ ସରକାର ଓଡ଼ିଶା ଆକ୍ଟ-୧୯୯୪ର ଧାରା ୩ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କୁ ବରଖାସ୍ତ କରିଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

     ନବୀନ ସରକାର ସମୟରେ ମହିଳା କମିଶନରେ ଥଇଥାନ ହୋଇଥିଲେ ବିଜେଡି ନେତ୍ରୀ । କମିଶନ ଓ ସମସ୍ତ ସଦସ୍ୟା ବିଜେଡିର ଆଗଧାଡ଼ିର ନେତ୍ରୀ । ନବୀନ ସରକାର ପତନକୁ ୪ ମାସ ବିତିଥିଲେ ମଧ୍ୟ ନିଜ ଆଡ଼ୁ ପଦରୁ ଇସ୍ତଫା ଦେଇନଥିଲେ କମିଶନ ଓ ସଦସ୍ୟା । ରାଜ୍ୟ ସରକାର ନିଜ କ୍ଷମତାର ଉପଯୋଗ କରି ସେମାନଙ୍କୁ ବରଖାସ୍ତ କରିଛନ୍ତି । ସାଧାରଣ ଭାବେ କମିଶନର ଅଧ୍ୟକ୍ଷା ଓ ସଦସ୍ୟାଙ୍କ କାର୍ୟ୍ୟକାଳ ୩ ବର୍ଷ ରହିଥାଏ । କମିଶନର ଅଧ୍ୟକ୍ଷା ଓ ସଦସ୍ୟାଙ୍କ କାର୍ୟ୍ୟକାଳ ୩ ବର୍ଷ ପୂରିବା ପୂର୍ବରୁ ବରଖାସ୍ତ କରିଛନ୍ତି ସରକାର । ଏହା ସହିତ ମହିଳା କମିଶନର ନୂଆ ଅଧ୍ୟକ୍ଷା ଓ ସଦସ୍ୟା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି ।ପୂର୍ବ ସରକାରରେ ନିଯୁକ୍ତ ମହିଳା କମିଶନର ଅଧ୍ୟକ୍ଷା ଓ ୪ ସଦସ୍ୟା ବିଜେଡିର ସକ୍ରିୟ ନେତ୍ରୀ । ନବୀନ ସରକାରରେ ଏହି ୫ ନେତ୍ରୀଙ୍କୁ କମିଶନରେ ଥଇଥାନ କରାଯାଇଥିଲା । ବିଜେଡି ନେତ୍ରୀ ମିନତୀ ବେହେରା ୨୦୨୨ ଅକ୍ଟୋବରରେ ଦ୍ୱିତୀୟଥର ପାଇଁ ଅଧ୍ୟକ୍ଷା ଭାବେ ଥଇଥାନ ହୋଇଥିଲେ । ସେହିପରି ୨୦୨୩ ଏପ୍ରିଲରେ ଅନ୍ୟ ୪ ଜଣ ବିଜେଡି ନେତ୍ରୀ କମିଶନର ସଦସ୍ୟା ଭାବେ ଅବସ୍ଥାପିତ ହୋଇଥିଲେ । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ସମସ୍ତ ନିଗମ, ବୋର୍ଡ ଓ ସରକାରୀ ପଦବୀରେ ରାଜନୈତିକ ଥଇଥାନକୁ ହଟାଇଥିଲେ । କିନ୍ତୁ ରାଜ୍ୟ ମହିଳା କମିଶନ, ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଓ ଖାଦ୍ୟ ସୁରକ୍ଷା ଆୟୋଗରେ ବିଜେଡି ନେତା ଓ ନେତ୍ରୀଙ୍କୁ ହଟାଯାଇନଥିଲା । ଆଗାମୀ ଦିନରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଓ ଖାଦ୍ୟ ସୁରକ୍ଷା ଆୟୋଗଙ୍କୁ ହଟାଯିବା ସମ୍ଭାବନା ସୃଷ୍ଟି ହୋଇଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook