ମୁଖ୍ୟ ଖବର
ଶୀତ ଦିନେ ଅତ୍ୟଧିକ ଥଣ୍ଡା କାରଣରୁ ଗୋଡ଼-ହାତ,ଖାସ୍ କରି ଗୋଡ଼ର ଆଙ୍ଗୁଳି କୁଣ୍ଡେଇ ହୋଇ ଫୁଲିଯିବା ଏକ ସାଧାରଣ ସମସ୍ୟା ହୋଇଥାଏ। ବହୁତଥର ଅତ୍ୟଧିକ କୁଣ୍ଡିଆ ହୋଇ ଗୋଡ଼ରେ ଘା ହୋଇଯାଇଥାଏ। ଏହା ଶୀତଦିନେ ଖାଲି ପାଦରେ ବୁଲିଲେ ଏବଂ ତାପମାତ୍ରା ହଠାତ୍ ବଦଳିଲେ ହୋଇଥାଏ। ଏଥିପାଇଁ ଛୋଟ ପିଲାମାନଙ୍କୁ ଏବଂ ବୟସ୍କ ଲୋକଙ୍କୁ ସାବଧାନ ରହିବା ଉଚିତ୍। ଏହା ଏକ ସଂଯୋଜକ ଟିସୁ ରୋଗ ହୋଇଥାଏ। ଏହି ସବୁ ଉପାୟ ଦ୍ବାରା ଏଥିରୁ ମୁକ୍ତି ମିଳିପାରିବ।
-ସକାଳେ ଏବଂ ସନ୍ଧ୍ୟାରେ ପାଣିରେ କାମ କରୁଛନ୍ତି ଯଦି ଗରମ ପାଣି ବ୍ୟବହାର କରନ୍ତୁ।
-ବାହାରକୁ ଯାଉଥିବା ସମୟରେ ହାତରେ ଗ୍ଲୋବସ୍ ଏବଂ ଗୋଡ଼ରେ ମୋଜା ପିନ୍ଧିବେ।
-ଯଦି ସମ୍ଭବ ତେବେ ସୂତା କପଡ଼ା ପିନ୍ଧିବେ।
-ଏହା ଯଦି ଅଧିକ ବ୍ୟାପିଯାଏ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
୧.ସୈନ୍ଧବ ଲବଣରେ ସେକ ଦିଅନ୍ତୁ: ଶୀତଦିନେ ହାତ ଗୋଡ଼ ଫୁଲିଯିବା ଏବଂ ଘା ରୁ ମୁକ୍ତି ପାଇବା ପାଇଁ ଗରମ ପାଣିରେ ସୈନ୍ଧବ ଲବଣ ମିଶାଇ ୧୦/୧୫ମିନିଟ ପର୍ୟ୍ୟନ୍ତ ଆପଣଙ୍କ ଫୁଲିଥିବା ସ୍ଥାନରେ ରଖନ୍ତୁ। ଏହି ଉଷୁମପଣ ଘା କୁ ଟାଣି ନେଇଥାଏ ଏବଂ ସୈନ୍ଧବ ଲବଣରୁ ଶରୀରକୁ ମ୍ୟାଗ୍ନେସିୟମ୍ ମିଳିଥାଏ।
୨. ତେଲ ଏବଂ ମହମବତୀ: ଶୀତଦିନେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମହମବତୀ ଏବଂ ସୋରିଷ ତେଲର ମିଶ୍ରଣ ଲାଭଦାୟକ ହୋଇଥାଏ। ଗୋଟିଏ ପାତ୍ରରେ ସୋରିଷ ତେଲକୁ ଗରମ କରନ୍ତୁ ଏବଂ ସେଥିରେ ମହମବତୀ ପକାନ୍ତୁ। ମହମବତୀକୁ ପୂରା ତରଳିବା ଯାଏଁ ସେଥିରେ ପକାନ୍ତୁ। ଏବଂ ଏହାକୁ ଥଣ୍ଡା କରି ଫୁଲା ସ୍ଥାନରେ ଲଗାନ୍ତୁ। ହାଲୁକା ଭାବରେ ମସାଜ କରନ୍ତୁ। ୨/୩ ଥର ଲଗାଇଲେ ଆରାମ ମିଳିବ।
୩.ଗରମ ତେଲରେ ମାଲିସ୍: ଗୋଟିଏ ପାତ୍ରରେ ନଡ଼ିଆ ତେଲ କିମ୍ବା ଅଲିଭ ତେଲ ନେଇ ତାକୁ ଗରମ କରନ୍ତୁ। ଏହି ତେଲରେ ଗୋଡ଼କୁ ମସାଜ କରନ୍ତୁ। ଏହା ଦ୍ବାରା ପ୍ରଭାବିତ ହୋଇଥିବା ଶିରାରେ ରକ୍ତ ସଞ୍ଚାର ହେବ ଏବଂ ଫୁଲା ଦୂର ହେବ। ମାଲିସ୍ କରିବାବେଳେ ଧ୍ୟାନ ରଖନ୍ତୁ ଯେ ରୁମର ତାପମାତ୍ରା ସାମାନ୍ୟ ରହିବା ଦରକାର।
୪.ଅଟା ମଧ୍ୟ ଲାଭଦାୟକ: ଅଟାର ଉଷ୍ମତା ଏଥିପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଅଟାର ପେଷ୍ଟ ପ୍ରସ୍ତୁତ କରି ୩ମିନିଟ ପର୍ୟ୍ୟନ୍ତ ଏହି ଫୁଲା ସ୍ଥାନରେ ଲଗାନ୍ତୁ। ଏହା ପରେ ନଖ ଉଷୁମ ପାଣିରେ ଧୋଇ ହାଲୁକା ମସାଜ କରି ମଇଶ୍ଚରାଇଜର ଲଗାନ୍ତୁ।
Comments ସମସ୍ତ ମତାମତ