କାକରରେ ଚାଲିଲେ ମିଳିବ ଏସବୁ ସୁଫଳ…
Share on :
0
Date: Dec 11, 2025 Views: 2801
କେତେକଙ୍କର ପାଦ ଶୀତଦିନେ ଫାଟିଥାଏ। ପରିବେଶ ଶୁଷ୍କ ହେବାରୁ ଏହାର ପ୍ରଭାବ ଶରୀର ଉପରେ ପଡ଼ି ଏପରି ହୋଇଥାଏ। ପାଚନ କ୍ରିୟାରେ ଅନିୟମିତତା ମଧ୍ୟ ଏହାର ମୁଖ୍ୟ କାରଣ। ସବୁଜ ପନିପରିବା, ଶାଗ, କମଳା, ଅମୃତଭଣ୍ଡା, ଟମାଟୋ, କଦଳୀ ଆଦି ଖାଇଲେ ପାଚନ କ୍ରିୟା ସ୍ବାଭାବିକ ହେବା ସହିତ ପାଦ ଫାଟି ନ ଥାଏ। ପାଦଫଟାରୁ ମୁକ୍ତି ଲାଗି ଖାଦ୍ୟରେ ଅଧିକ ଭିଟାମିନ୍ ସି’ଯୁକ୍ତ ଖାଦ୍ୟ ସାମିଲ କଲେ ସୁଫଳ ମିଳେ । ଶୀତଦିନେ ସକାଳେ ଖାଲିପାଦରେ ଘାସରେ ଚାଲିଲେ ଏହି ସମସ୍ୟା ଦୂର ହୋଇଥାଏ । ଘାସରେ ପଡ଼ିଥିବା କାକର ଯୋଗୁ ପାଦଫାଟି ନ ଥାଏ। ସେହିପରି ସୋରିଷ ତେଲ ଲଗାଇଲେ ମଧ୍ୟ ପାଦଫଟାରୁ ମୁକ୍ତି ମିଳେ । ଗ୍ଲିସେରିନ୍ ଏବଂ ଲିଷ୍ଟ୍ରେରିନ୍ ପାଦରେ ମାଲିସ କଲେ ସୁଫଳ ମିଳିଥାଏ। ଏହା ସହିତ ପେସ୍ତାବାଦାମ ତେଲ, ମହୁ, ନଡ଼ିଆ ତେଲ ପାଦରେ ଲଗାଇଲେ ପାଦ ଫାଟେ ନାହିଁ।
Comments ସମସ୍ତ ମତାମତ