Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଜି ଉଦୟଗିରିରେ ତଳ ମୁହାଁ ପାରଦ

    Share on :
    ajab-Image
    Date: Nov 28, 2024    Views: 4239

    ଜି ଉଦୟଗିରି: ଜି ଉଦୟଗିରିରେ ତଳ ମୁହାଁ ପାରଦ । ତାପମତ୍ରା ୬.୨ ଡିଗ୍ରୀ ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସାମାନ୍ୟ କୁହୁଡି ସାଙ୍ଗକୁ ହାଡ ଭଙ୍ଗା ଶୀତ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଅଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ କିଛି ସ୍ଥାନରେ ଲୋକେ ନିଆଁ ଲଗାଇ ରହୁଛନ୍ତି । ଦିନ ସମୟରେ କୋହଲା ପାଗ ଯୋଗୁଁ ପ୍ରବଳ ଶୀତ ଅନୁଭୂତ ହେଉଛି।

    ଶୀତରେ ଦେହକୁ ଗରମ କରିବା ପାଇଁ ସକାଳୁ ସକାଳୁ ଲୋକେ ଖେଳ ପଡିଆରେ ବ୍ୟାୟମ କରିବାକୁ ଯାଉଥିବା ଦେଖିବାକୁ ମିଳିଛି । ଅନେକ ଜାଗାରେ ଲୋକେ ସକାଳେ କାଠ ଜାଳି ନିଆଁ ସେକୁ ଥିବା ମଧ୍ୟ ଦେଖିବାକୁ ମିଳିଛି । ଚାହା ଦୋକାନରେ ଏବେ ଅଧିକ ଗହଳି ଦେଖିବାକୁ ମିଳୁଛି । ପ୍ରବଳ ଶୀତରେ ଲୋକେ ହାତରେ ଗରମ ଗରମ ଚାହା କପ୍ ଧରି କାଥାବାର୍ତ୍ତା ହେଉଛନ୍ତି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ରହିଥିବା ଲୋକେ କହିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook