Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବାହାଘର ପରେ କାହିଁକି ମୋଟା ହୋଇଯାଆନ୍ତି ଝିଅମାନେ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ୟ୍ୟ

    Share on :
    ajab-Image
    Date: Apr 8, 2026    Views: 2814

    ବାହାଘର ପରେ ଝିଅଙ୍କ ଜୀବନରେ ବହୁ ପରିବର୍ତ୍ତନ ଆସିଥାଏ। ନିଜ ଘରେ ଆରାମ ଓ ବିନା ଚିନ୍ତା ରହୁଥିବା ଝିଅ ଯେତେବେଳେ ଶାଶୁ ଘରେ ପାଦ ରଖେ ସେସମୟରୁ ହିଁ ଏକ ନୂଆ ଜୀବନ ଆରମ୍ଭ ହୋଇଯାଇଥାଏ। ପରିବାରର ସଦସ୍ୟଙ୍କ ଖାଇବାଠୁ ନେଇ ସବୁ କିଛି ବୁଝିବା ସହିତ ସେମାନଙ୍କ ଧ୍ୟାନ ରଖିବାକୁ ପଡ଼ିଥାଏ। ହୋଇପାରେ ଏହାର ସବୁ  ପ୍ରଭାବ ଶରୀର ଉପରେ ପଡ଼ିଥାଏ। କିନ୍ତୁ ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ବାହାଘରେ ଝିଅମାନେ ମୋଟା ହୋଇଯାଆନ୍ତି କିମ୍ବା ଅଧିକ ଭାରି ଲାଗିଥାନ୍ତି। କିନ୍ତୁ କାହିଁକି ବାହାଘର ପରେ ଝିଅମାନେ  ମୋଟା ହୋଇଯାଆନ୍ତି? ଜାଣିଛନ୍ତି କି ଏହାର କାରଣ। ତେବେ ଆସନ୍ତୁ ଜାଣିବା ଏହାର କାରଣ ସମ୍ପର୍କରେ।


    ୧. ବାହାଘର ପରେ ଝିଅମାନଙ୍କ ଉପରେ ଘର କାମର ଦାୟିତ୍ବ  ବହୁତ ବଢ଼ିଯାଇଥାଏ। ଏହି କାମ ଯୋଗୁଁ ନିଜ ଖାଇବା ପିଇବାର ସମୟ ଠିକ ରୁହେ ନାହିଁ। କେତେବେଳେ ଅଧିକ ଖାଇଦେବା ତ କେତେବେଳେ ଖାଇବା ପରେ ଶୋଇପଡ଼ିବା ଭଳି ଅଭ୍ୟାସ ଦେଖାଯାଇଥାଏ। ଏହି କାରଣ ଯୋଗୁଁ ଶରୀରରେ ଫ୍ୟାଟର ମାତ୍ରା ବଢ଼ିଯାଇଥାଏ। ଯାହା ଧୀରେ ଧୀରେ ଜମା ହୋଇ ଏକ ସମୟରେ ଅଧିକ ହୋଇଯାଇଥାଏ। ଫଳରେ ମହିଳା ମୋଟା ହୋଇଯାଆନ୍ତି।

    ୨. ବାହାଘର ପରେ ମହିଳାଙ୍କ ଶରୀର ଭିତରେ ଥିବା କିଛି ହର୍ମୋନରେ ପରିବର୍ତ୍ତନ ମଧ୍ୟ ଆସିଥାଏ। ଖାସ୍କରି ଶାରୀରିକ ସମ୍ପର୍କ ରଖିବା ପରେ ଶରୀରରେ ଅଧିକ ପରିବର୍ତ୍ତନ ଆସିଥାଏ। ଏହି କାରଣ ଯୋଗୁଁ ମହିଳା ଅଧିକ ମୋଟା ହୋଇଯାଆନ୍ତି। ଆଉ ଯେତେବେଳେ ମହିଳା ଗର୍ଭବତୀ ହୁଅନ୍ତି ତାପରେ ସେମାନଙ୍କର ଓଜନ ଆହୁରି ଅଧିକ ବଢ଼ିଯାଏ।

    ୩. ବାହାଘର ପରେ ଝିଅମାନେ ନିଜ ଶରୀରର ଧ୍ୟାନ ଠିକ ଭାବେ ରଖିପାରନ୍ତି ନାହିଁ। ଅଧିକାଂଶ ମହିଳା ପ୍ରାୟ ସବୁବେଳେ ଘରେ ରୁହନ୍ତି। ଏହି କାରଣ ଯୋଗୁଁ ବାହାରେ ଚାଲିବା ବୁଲିବା କମ ହୋଇଯାଏ। ତୈଳଯୁକ୍ତ ଖାଦ୍ୟ ଅଥବା ଫାଷ୍ଟଫୁଡର ପରିମାଣ ବଢ଼ିଯାଏ। ଯେଉଁ କାରଣରୁ ମହିଳାମାନେ ମୋଟା ହୋଇଯାଆନ୍ତି।

    ୪. ଅଧିକାଂଶ ମହିଳା ଅଛନ୍ତି ବହୁତ ଚିନ୍ତାରେ ରହୁନ୍ତି। ଯାହା ଦ୍ବାରା ଖାଇବା ପିଇବାରେ ପରିବର୍ତ୍ତନ ଆସିଥାଏ। ଯାହାକି ମୋଟା ହେବାର ମୁଖ୍ୟ କାରଣ।

    ବାହାଘରେ ପରେ ନିଜକୁ କିଭଳି ରଖିବେ ଫିଟ୍ ଜାଣନ୍ତୁ

    ବାହାଘର ପରେ ଆପଣ ନିଜକୁ ନିଜେ ଫିଟ୍ ରଖିପାରିବେ। ଏଥିପାଇଁ ଆପଣଙ୍କୁ ଖାଇବା ପିଇବାରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଏଥିପାଇଁ କିଛିଟା ଡାଏଟିଂ କରିବାକୁ ପଡ଼ିବ। ଖାଇବା ପରେ ତୁରନ୍ତ ଶୋଇବା ଉଚିତ୍ ନୁହେଁ। ଟିକେ ଚାଲିବା ପରେ ଆପଣ ଚାହିଁଲେ ଶୋଇପାରିବେ। ସକାଳୁ ଉଠିବା ପରେ ଯୋଗ କିମ୍ବା ବ୍ୟାୟାମ କରନ୍ତୁ। ବିଶେଷକରି ଜଙ୍କ୍ ଫୁଡ଼୍ ନ ଖାଇ ଫଳ, ସବୁଜ ପନିପରିବା, ଡ୍ରାଏ ଫ୍ରୁଟ୍ସ ଖାଆନ୍ତୁ। ଏସବୁ ଆପଣଙ୍କ ଓଜନ କମାଇବାରେ ସାହାଯ୍ୟ କରିବ।

    Maximum 500 characters

    ବିଶେଷ View all

    Find Us on Facebook