Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏହି ୫ଟି କାରଣରୁ ଶୀଘ୍ର ବଢିଥାଏ ମହିଳାଙ୍କ ଓଜନ, ଆପଣ ବି କରୁ ନାହାଁନ୍ତି ତ ଭୁଲ୍‌..

    Share on :
    ajab-Image
    Date: Nov 11, 2024    Views: 2776

    ବର୍ତ୍ତମାନ ସମୟରେ ବ୍ୟସ୍ତବହୁଳ ଜୀବନଶୈଳୀ, ସଠିକ୍‌ ସମୟରେ ଖାଦ୍ୟପେୟ ସେବନ ନକରିବା, ଅସ୍ୱାସ୍ଥ୍ୟକର ଭୋଜନ ଆଦି ଅନେକ କାରଣ ମୋଟାପଣ ବୃଦ୍ଧିର ପ୍ରଧାନ କାରଣ । ବିଶେଷ କରି ମହିଳା ମାନେ ଶୀଘ୍ର ମୋଟାପଣର ଶିକାର ହୋଇ ଥାଆନ୍ତି । ବର୍ତ୍ତମାନ ସମୟରେ ଅଧିକାଂଶ ମହିଳାଙ୍କର ଶୀଘ୍ର ବୃଦ୍ଧି ପାଉଥିବା ଓଜନ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅନେକ ସମୟରେ ସେମାନେ ଜାଣି ପାରନ୍ତି ନାହିଁ ଓଜନ ବୃଦ୍ଧିର କାରଣ କ’ଣ । ବିଶେଷଜ୍ଞଙ୍କ ମତାନୁସାରେ, ମହିଳାଙ୍କର ବଢୁଥିବା ଓଜନ ପଛରେ କିଛି ସ୍ୱତନ୍ତ୍ର କାରଣ ରହିଛି । ଜାଣନ୍ତୁ..

    ଅସ୍ୱାସ୍ଥ୍ୟକର ଭୋଜନ..
    ଓଜନ ବୃଦ୍ଧିର ସବୁଠାରୁ ମୁଖ୍ୟ କାରଣ ହେଉଛି, ଭୁଲ୍‌ ଖାଦ୍ୟପେୟ । ପରିବାର ଯତ୍ନ ନେଉଥିବା ମହିଳା ଅଧିକାଂଶ ସମୟରେ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଭୁଲ୍‌ ସମୟରେ ଖାଦ୍ୟ ସେବନ ଦ୍ୱାରା ଓଜନ ବୃଦ୍ଧିର ସାମ୍ନା କରିବାକୁ ପଡିଥାଏ । ବିଶେଷ କରି ରାତିରେ ତେଲ ମସଲା ଯୁକ୍ତ ଖାଦ୍ୟ, ଛଣାଛଣି ପାଚନ ତନ୍ତ୍ର ଉପରେ ଅନେକ ପ୍ରଭାବ ପକାଇଥାଏ । ଏହାଦ୍ୱାରା ମୋଟାପଣ ସହ ଅନ୍ୟ ଶାରିରୀକ ସମସ୍ୟା ଦେଖା ଦେଇଥାଏ ।

    ଅଧିକ ଚିନ୍ତାଗ୍ରସ୍ତ ରହିବା..
    ଅଫିସ ହେଉ ଅଥବା ଘରେ, ମହିଳାଙ୍କ ଉପରେ ବିଭିନ୍ନ ପ୍ରକାର ଚାପ ଥାଏ । ଅନେକ ଦାୟିତ୍ୱ ମଧ୍ୟ ଥାଏ । ଫଳରେ ଚିନ୍ତା ଲାଗି ରହିଥାଏ । ମାନସିକ ଦୁଃଶ୍ଚିନ୍ତାରେ ରହିଲେ ଓଜନ ବୃଦ୍ଧି ହୋଇଥାଏ ।

    ଓଜନ ବଢିବା ଦ୍ୱାରା ଶାରିରୀକ ପରିଶ୍ରମ କରି ହୋଇନଥାଏ । ଦିନଯାକ ବସି ରହିବା କିମ୍ବା ଶୋଇ ରହିବା ଦ୍ୱାରା ଓଜନ ଅଧିକ ବୃଦ୍ଧି ହୋଇଥାଏ । ସମୟ ଅଭାବରୁ ନିୟମିତ ବ୍ୟାୟାମ ମଧ୍ୟ କରି ନଥାଆନ୍ତି । ତେଣୁ ସମୟ ବାହାର କରି ନିୟମିତ କିଛି ସମୟ ବ୍ୟାୟାମ କରିବା ଉଚିତ୍‌ । ଯୋଗ କିମ୍ବା କିଛି ସମୟ ଚାଲନ୍ତୁ ।

    ଓଜନ ବୃଦ୍ଧିର ଅନ୍ୟ ଏକ ମୁଖ୍ୟ କାରଣ କମ୍‌ ପରିମାଣରେ ଶୋଇବା । ସଠିକ୍‌ ସମୟ ପର୍ୟ୍ୟନ୍ତ ନଶୋଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ । ନିଦ ପୂରଣ ନହେଲେ ଶରୀରରେ ଏକ ପ୍ରକାର ହରମୋନ ଅସନ୍ତୁଳନ ହୋଇଥାଏ । ଫଳରେ ଅଧିକ ଭୋକ ଲାଗିବା ସହ ଅଧିକ ପରିମାଣରେ ଖାଦ୍ୟ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ ।

    ହଠାତ୍‌ ଓଜନ ବୃଦ୍ଧିର ଅନ୍ୟ ଏକ କାରଣ ଶାରୀରିକ ସମସ୍ୟା । ଥାଇରଏଡ, ହରମୋନ ଅସନ୍ତୁଳନ ହେବା । ତେଣୁ ହଠାତ୍‌ ଅଧିକ ଓଜନ ବୃଦ୍ଧି ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

    Maximum 500 characters

    ବିଶେଷ View all

    Find Us on Facebook