Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆପଣ ଫ୍ରିଜ୍‌ରେ ରଖି ତରଭୁଜ ଖାଉଛନ୍ତି କି… ହୋଇପାରେ ମାରାତ୍ମକ!

    Share on :
    ajab-Image
    Date: May 5, 2026    Views: 3117

    ନିକଟରେ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଥିଲା: ତରଭୁଜ ଖାଇ ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ରିପୋର୍ଟ ଅନୁଯାୟୀ, ପରିବାର ପ୍ରଥମେ ବିରିୟାନି ଏବଂ ତା'ପରେ ତରଭୁଜ ଖାଇଥିଲେ, ଯାହା ପରେ ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା ଏବଂ ସେମାନଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିଛି ଦିନ ପୂର୍ବରୁ ଲୋକମାନେ ପ୍ରତିଦିନ ଏହି ଗ୍ରୀଷ୍ମ ଫଳକୁ ଆଗ୍ରହର ସହିତ ଖାଉଥିଲେ, ଏବେ ସେମାନେ ଏହାକୁ ଖାଇବାକୁ ଭୟ କରୁଛନ୍ତି।ପାଣିରେ ଭରପୂର ତରଭୁଜ ଅନେକ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରେ। ବିଶେଷକରି ଗ୍ରୀଷ୍ମ ଋତୁରେ(Summer), ଏହା ଶରୀରକୁ ହାଇଡ୍ରେଟ୍ ରଖେ, ହଜମରେ ସାହାଯ୍ୟ କରେ ଏବଂ ପେଟ ସଫା କରେ। ତଥାପି, ଯେକୌଣସି ଖାଦ୍ୟର ପ୍ରକୃତ ଲାଭ କେବଳ ସେତେବେଳେ ମିଳିଥାଏ ଯେତେବେଳେ ଏହାକୁ ସଠିକ୍ ପରିମାଣରେ, ସଠିକ୍ ସମୟରେ ଏବଂ ସଠିକ୍ ମିଶ୍ରଣରେ ଗ୍ରହଣ କରାଯାଏ। ଆପଣ ତରଭୁଜ ମଧ୍ୟ ଖାଇପାରିବେ, କିନ୍ତୁ ସବୁବେଳେ ସଠିକ୍ ସମୟ, ପଦ୍ଧତି ଏବଂ ଠିକ୍-ଭୁଲ୍ ଖାଦ୍ୟ ମିଶ୍ରଣକୁ ମଦ୍ୟ ମନେ ରଖିବା ଜରୁରୀ

    କିପରି/କେତେବେଳେ ଖାଇବେ:

    ବିଶେଷକରି ଗ୍ରୀଷ୍ମ ଋତୁରେ, ଖାଦ୍ୟ ଅଭ୍ୟାସ ପ୍ରତି ଅତିରିକ୍ତ ଧ୍ୟାନ ଦେବା ଆବଶ୍ୟକ, କାରଣ ଉଚ୍ଚ ତାପମାତ୍ରା ଯୋଗୁ ଖାଦ୍ୟ ଶୀଘ୍ର ନଷ୍ଟ କରିଯାଏ। କିଛି ଲୋକ ତରଭୁଜକୁ ଅଧା ଖାଇ ବାକି ଅଧାକୁ ଫ୍ରିଜରେ ରଖିଦିଅନ୍ତୁ। ଏହାକୁ ସେମାନେ ଦିନେ/ଦୁଇ ଦିନ ରଖିଦିଅନ୍ତି।

    ମନେରଖନ୍ତୁ, ଅତ୍ୟଧିକ ଥଣ୍ଡା କାରଣରୁ ଏହି ଫଳରେ ଶୀଘ୍ର ଜୀବାଣୁର ବଂଶବୃଦ୍ଧି ହୋଇଥାଏ। ସେହିପରି କଟା ତରଭୁଜକୁ ଦୀର୍ଘ ସମୟ ପାଇଁ ବାହାରେ ମଧ୍ୟ ରଖନ୍ତୁ ନାହିଁ, କାରଣ ଏଥିରେ ସାଲମୋନେଲା କିମ୍ବା ଇ. କୋଲାଇ ଭଳି ଜୀବାଣୁ ବଢିଯାଏ। ସନ୍ଧ୍ୟାରେ କିମ୍ବା ରାତିରେ ତରଭୁଜ ଖାଇବାରୁ ଦୂରେଇ ମଧ୍ୟ ରୁହନ୍ତୁ। ଭାରୀ ଖାଦ୍ୟ ଖାଇବା ପରେ ଏହାକୁ କେବେବି ଖାଆନ୍ତୁ ନାହିଁ। ଏହାକୁ ସବୁବେଳେ ସାଙ୍ଗେ ସାଙ୍ଗେ କାଟନ୍ତୁ ଆଉ ଖାଇ ସାରିଦିଅନ୍ତୁ। ସକାଳେ କିମ୍ବା ଦିନ ବେଳା ତରଭୁଜ ଖାଇବାକୁ ଚେଷ୍ଟା କରନ୍ତୁ।

    କେଉଁ ଖାଦ୍ୟ ସହିତ ଖାଇବେ ନାହିଁ:

    ତରଭୁଜକୁ କେବେବି ଅଧିକ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସହିତ ମିଶାଇ ଖାଆନ୍ତୁ ନାହିଁ। ଏହା ଦ୍ୱାରା ପେଟ ଫମ୍ପେଇବା, ବଦହଜମୀ ଏବଂ ପେଟ ଫୁଲିବା ଭଳି ପାଚନ ସମସ୍ୟା ହୋଇପାରେ। ତରଭୁଜ ସହଜରେ ହଜମ ହେଉଥିବା ଏକ ଫଳ; ପ୍ରୋଟିନ୍ ହଜମ ହେବା ଏବଂ ଭାଙ୍ଗିବା ପାଇଁ ସମୟ ଲାଗେ। ତେଣୁ, ଚିକେନ୍, ମାଛ, ଅଣ୍ଡା କିମ୍ବା ପନିର ସହିତ କିମ୍ବା ଏହିସବୁ ଖାଦ୍ୟ ଖାଇବାର ତୁରନ୍ତ ପରେ ତରଭୁଜ ଖାଇବାରୁ ଦୂରେଇ ରୁହନ୍ତୁ।

    ଅନେକ ଲୋକ ତରଭୁଜ ଖାଇବା ପରେ ତୁରନ୍ତ ପ୍ରଚୁର ପାଣି ପିଇ ଦିଅନ୍ତି। ଏହା ଭଲ ଅଭ୍ୟାସ ନୁହେଁ। ପାଣି ପିଇବା ଦ୍ୱାରା ପେଟ ଫୁଲିଯାଏ। ତରଭୁଜ ନିଜେ ଏକ ଜଳୀୟ ଫଳ ହୋଇଥିବାରୁ ଅଧିକ ପାଣି ପିଇବା ଦ୍ୱାରା ପେଟ ଫୁଲିଯିବା ଅନୁଭବ ହୁଏ। ଏହା ପେଟର pH ସ୍ତରକୁ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ କରେ।

    ଆପଣ ଦହି କିମ୍ବା ଅନ୍ୟାନ୍ୟ କ୍ଷୀରଜାତ ଦ୍ରବ୍ୟ ସହିତ ତରଭୁଜ ଖାଇବାରୁ ମଧ୍ୟ ଦୂରେଇ ରହିବା ଉଚିତ। ଏଥିରେ ଅଧିକ ଜଳୀୟ ଅଂଶ ଥିବାରୁ, ଏହି ଫଳ ପେଟରେ ଥିବା ଏସିଡ୍‌କୁ ପତଳା କରିଦିଏ, ଯାହା ଫଳରେ କ୍ଷୀରଜାତ ଦ୍ରବ୍ୟ ହଜମ ହେବା କଷ୍ଟକର ହୋଇଥାଏ। ଏହି କ୍ଷୀରଜାତ ଦ୍ରବ୍ୟଗୁଡ଼ିକୁ ହଜମ କରିବା ପାଇଁ ପର୍ଯ୍ୟାପ୍ତ ଏସିଡିଟି ଆବଶ୍ୟକ। ଫଳରେ ବିଭିନ୍ନ ପେଟ ସମସ୍ୟା ସୃଷ୍ଟି ହୁଏ।

    ବିଶେଷଜ୍ଞମାନେ ପ୍ରାୟତଃ କୁହନ୍ତି ଯେ କମଳା, ମୌସମୀ ଏବଂ ଲେମ୍ବୁ ପରି ଖଟାଜାତୀୟ ଫଳ ସହିତ ତରଭୁଜ ଖାଇବା ଅସ୍ଵାସ୍ଥ୍ୟକର ହୋଇଥାଏ। ଏହା ବଦହଜମୀର କାରଣ ହୋଇପାରେ। ଯେଉଁମାନଙ୍କର ପାଚନ ପ୍ରଣାଳୀ ପୂର୍ବରୁ ଦୁର୍ବଳ, ସେମାନେ ତରଭୁଜ ଖାଇବା ସମୟରେ ଏହି ଖାଦ୍ୟଗୁଡ଼ିକୁ ଏଡାଇବା ଉଚିତ।

    Maximum 500 characters

    ବିଶେଷ View all

    Find Us on Facebook