Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆହୁରି ୪ ସପ୍ତାହ ଚାଲିବ ଯୁଦ୍ଧ: ଟ୍ରମ୍ପ

    Share on :
    ajab-Image
    Date: Mar 2, 2026    Views: 3323

    ନୂଆଦିଲ୍ଲୀ: ଇରାନ ସହ ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ । ଇରାନ୍ ସହ ୪ ସପ୍ତାହ ଯୁଦ୍ଧ ଚାଲିପାରେ କହିଲେ ଟ୍ରମ୍ପ । ସୈନ୍ୟ ଅଭିଯାନ ୪ ସପ୍ତାହ କିମ୍ବା ତା'ଠୁ କମ୍ ସମୟ ଚାଲିବା ନେଇ ଦେଲେ ସୂଚନା । ଟ୍ରମ୍ପ କହିଛନ୍ତି ଇରାନ ଏକ ବଡ଼ ଦେଶ, ଯୋଜନା ଅନୁସାରେ ଆଗଉଛୁ । ଇରାନର ପୂରା ନେତୃତ୍ବକୁ ଧ୍ଵଂସ କରି ଦେଇଛୁ । ଆକ୍ରମଣରେ ୪୮ ଇରାନୀ ନେତାଙ୍କ ଜୀବନ ଯାଇଛି ।ଯୁଦ୍ଧରେ ଆମେରିକାର ୩ ସୈନ୍ୟ ନିହତ ହୋଇଥିବା ସୂଚନା ଦେଇଛନ୍ତି ଟ୍ରମ୍ପ । ଯୁଦ୍ଧ ପରେ ଇରାନରେ ଗଣତନ୍ତ୍ର ଆସିବା ନେଇ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି । ସେପଟେ ଇରାନର ରିଭୋଲୁସନାରି ଗାର୍ଡକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଅସ୍ତ୍ର ଛାଡ଼ ନ ଛାଡ଼ିଲେ ମୃତ୍ୟୁ ନିଶ୍ଚିତ ବୋଲି ଦେଇଛନ୍ତି ଚେତାବନୀ । ଇରାନକୁ ବିଶ୍ଵରେ ଆତଙ୍କବାଦର ମୁଖ୍ୟ ପ୍ରାୟୋଜକ କହିଲେ ଟ୍ରମ୍ପ୍ । ଖାମେନେଇଙ୍କ ମୃତ୍ୟୁ ପରେ ଇରାନବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଛି । ଉଦ୍ଦେଶ୍ୟ ହାସଲ ନ ହେବା ଯାଏଁ ଚାଲିବ ବୋଲି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।ଇରାନ ସହ ଚାଲିଥିବା ସଂଘର୍ଷରେ ଉପରେ ଡୋନାଲ୍ଡ ଟ୍ରମ୍ପ ବୟାନ ଦେଇ କହିଛନ୍ତି, ଏହି ଲଢେଇ ଆଗାମୀ ୪ ସପ୍ତାହ ପର୍ୟ୍ୟନ୍ତ ଚାଲିପାରେ । ଆମେ ଅନୁମାନ କରିଥିଲୁ ଯେ ଏହା ଚାରି ସପ୍ତାହ କିମ୍ବା ତାଠାରୁ କମ୍ ସମୟ ପର୍ୟ୍ୟାନ୍ତ ଚାଲିବ । ଯୁଦ୍ଧରେ ପ୍ରାଣ ହରାଇଥିବା ଆମେରିକୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଇରାନ ବିରୋଧରେ ଆମେରିକାର ସାମରିକ ଅଭିଯାନ ଆହୁରି ୪ ସପ୍ତାହ ଚାଲିପାରେ ।ଏହା ସର୍ବଦା ଏକ ଚାରି ସପ୍ତାହ ପ୍ରକ୍ରିୟା ହୋଇ ଆସିଛି । ଏହା ଏକ ବଡ଼ ଦେଶ ଆମେ ଆକଳନ କରିଥିଲୁ । ଆମେରିକା ସାମରିକ ଅଭିଯାନ ନିର୍ଦ୍ଧାରିତ ସମୟଠାରୁ ଆଗକୁ ଚାଲିଛି । ଅନେକ ଲକ୍ଷ୍ୟ ବାକି ଅଛି । ସବୁକିଛ ଯୋଜନା ଅନୁସାରେ ଚାଲିଛି । ସାଉଦି ଆରବକୁ ମଧ୍ୟ ଟାର୍ଗେଟ କରାଯାଉଛି ।
    ତେଣୁ ସେ ବି ଲଢେଇରେ ଯୋଗ ଦେବ । ସେ ବାହାରିନ, କତାର ଏବଂ ଡୋର୍ଡାନ ଭଳି ବନ୍ଧୁତ୍ୱପୂର୍ଣ୍ଣ ଦେଶର ନେତାମାନଙ୍କ ସହିତ ଆଲୋନଚା କରିଛନ୍ତି । ଆମେରିକା ଏବଂ ଇସ୍ରାଏଲ ଆକ୍ରମଣ ପରେ ଇରାନରେ ଗଣତାନ୍ତ୍ରିକ ପ୍ରଗତି କରିପାରିବ ବୋଲି ଆଶା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
    ସେପଟେ ଇରାନ ଉପରେ ଭୟଙ୍କର ଆକ୍ରମମ ଚେତାବନୀ ଦେଇଛନ୍ତି ନେତାନ୍ୟାହୁ । ତେହେରାନ ଛାତିରେ ପ୍ରଚଣ୍ଡ ଆକ୍ରମଣ କରିବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇରାନକୁ ଚେତାବନୀ ଦେଇ କହିସାରିଛନ୍ତି ଯଦି ଇରାନ ସେନା ଅସ୍ତ୍ର ନଛାଡେ ତେବେ ମୃତ୍ୟୁ ନିଶ୍ଚିତ । ଇରାନ୍ ଉପରେ ଆକ୍ରମଣ ସଠିକ୍ ପଦକ୍ଷେପ । ଏହା ଆମେରିକୀୟଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook