Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ଅନଶନ ଭାଙ୍ଗିପାରନ୍ତି ଓ୍ବାଙ୍ଗ୍‌ଚୁକ୍‌

    Share on :
    ajab-Image
    Date: Jul 20, 2026    Views: 3529

    ନୂଆଦିଲ୍ଲୀ: ରାଜନେତାମାନେ ଯଦି ସଫଦରଜଙ୍ଗ ହସ୍ପିଟାଲରେ ଆକ୍ଟିଭିଷ୍ଟ ସୋନମ୍‌ ଓ୍ବାଙ୍ଗ୍‌ଚୁକ୍‌ଙ୍କୁ ଭେଟି ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ କାଳରେ ଶିକ୍ଷା ଉତ୍ତରଦାୟିତ୍ୱ ପ୍ରସଙ୍ଗ ଉଠାଇବାର ପ୍ରତିଶ୍ରୁତି ଦିଅନ୍ତି, ତେବେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚଳାଇଥିବା ଅନଶନ ସୋମବାର ଭାଙ୍ଗିବେ ବୋଲି ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ଆଙ୍ଗ୍‌ମୋ ରବିବାର କହିଛନ୍ତି। ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ଏବଂ ଶିକ୍ଷା ବ୍ୟବସ୍ଥାରେ ସଂସ୍କର ଦାବିରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଯନ୍ତରମନ୍ତରଠାରେ ଚାଲିଥିବା ଆନ୍ଦୋଳନକୁ ଉଦ୍‌ବୋଧନ ଦେଇ ଆଙ୍ଗ୍‌ମୋ କହିଛନ୍ତି, ରାଜନେତାଙ୍କଠାରୁ ପ୍ରତିଶ୍ରୁତି ମିଳିଲେ ହିଁ ଓ୍ବାଙ୍ଗ୍‌ଚୁକ୍‌ ଅନଶନ ଭାଙ୍ଗିବେ ବୋଲି ଜଣାଇଛନ୍ତି। ସୋମବାର ସିଜେପିର ପ୍ରସ୍ତାବିତ ‘ସଂସଦ ଚଲୋ’ ପଦଯାତ୍ରାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଓ୍ବାଙ୍ଗ୍‌ଚୁକ୍‌ ଅପିଲ୍‌ କରିଥିବା ନେଇ ଆଙ୍ଗ୍‌ମୋ ଆନ୍ଦୋଳନର ସମର୍ଥକମାନଙ୍କୁ ଜଣାଇଛନ୍ତି। ଦିଲ୍ଲୀ ପୋଲିସ ଶନିବାର ସକାଳେ ଓ୍ବାଙ୍ଗ୍‌ଚୁକ୍‌ଙ୍କୁ ବଳପୂର୍ବକ ଯନ୍ତରମନ୍ତର ଅନଶନ ସ୍ଥଳରୁ ଉଠାଇ ନେଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଓ୍ବାଙ୍ଗ୍‌ମୋ କହିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook