ମୁଖ୍ୟ ଖବର
ଭଦ୍ରକ :ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ର କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ଲାଞ୍ଚ ନେବା ବେଳେ ଧରାପଡ଼ିଲେ । ରାସ୍ତା ବିଲ୍ ପାଇଁ ଠିକାଦାରଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ୍ ।
ସୂଚନାଯୋଗ୍ୟ ଯେ, କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ଏକ ରାସ୍ତା କାମର ବିଲ୍ ପାଇଁ ଠିକାଦାରଙ୍କୁ ଲାଞ୍ଚ ମାଗିଥିଲେ । ଏ ନେଇ ଭିଜିଲାନ୍ସକୁ ଜଣାଇଥିଲେ ଠିକାଦାର । ପରେ ବାସୁଦେବପୁର ବ୍ଲକ ଅଧିନ ନିଉ ଇଣ୍ଡିଆ ଛକ ନିକଟରେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ୧୦ ହଜାର ଟଙ୍କା ନେଉଥିବା ବେଳେ ବାଲେଶ୍ବର ଓ ଭଦ୍ରକର ଭିଜିଲାନ୍ସ ଟିମ୍ ମିଳିତ ଭାବେ ରାସ୍ତା ଉପରେ ମାଡି ବସିଥିଲେ । ଅଶୋକଙ୍କୁ ଭଦ୍ରକ ଭିଜିଲାନ୍ସ ଅଫିସକୁ ଅଣାଯାଇଥିବା ବେଳେ ତାଙ୍କ ବାସଭବନ, ଭଡା ଘର ଓ ସରକାରୀ କାର୍ୟ୍ୟାଳୟରେ ଏକକାଳୀନ ଚଢ଼ାଉ ହେଉଥିବା ନେଇ ସୂଚନା ମିଳିଛି ।
Comments ସମସ୍ତ ମତାମତ