Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କଟକ ଆସିବେ ଉପରାଷ୍ଟ୍ରପତି

    Share on :
    ajab-Image
    Date: Jan 18, 2026    Views: 2629

    କଟକ: କଟକ ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍‌ । ଜାନୁଆରୀ ୨୩ରେ କଟକ ଆସିବା ନେଇ ଉପରାଷ୍ଟ୍ରପତି ସହମତି ଦେଇଛନ୍ତି । ନେତାଜୀଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ସାମିଲ ହେବେ । ଏନେଇ ସଂସ୍କୃତି ସଚିବ ବିଜୟ କେତନ ଉପାଧ୍ୟାୟ ସୂଚନା ଦେଇଛନ୍ତି । 

     ଆସନ୍ତା ଜାନୁଆରୀ ୨୩ ରେ ନେତାଜୀ ଜୟନ୍ତୀ । କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଏଥର ନୂଆ ଗ୍ୟାଲେରୀର ଉଦଘାଟନ କରାଯିବ । ଏହି ଗ୍ୟାଲେରୀରେ ଡାକ ବିଭାଗ ପକ୍ଷରୁ ନେତାଜୀ, ଆଜାଦ ହିନ୍ଦ ଫୌଜ, ଆଇଏନଏ ସହିତ ଦେଶର ବହୁ ସ୍ବାଧୀନତା ସଂଗ୍ରାମୀଙ୍କ ପୋଷ୍ଟାଲ ଷ୍ଟାମ୍ପ ପ୍ରଦର୍ଶନ କରାଯିବ । ସେହିପରି ପୁରାତନ ପୋଷ୍ଟକାର୍ଡ, ଇନଲ୍ୟାଣ୍ଡ ଲେଟର ସହ ସ୍ୱାଧୀନତା ସଂଗ୍ରାମକୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଚିଠିକୁ ଏଥିରେ ସ୍ଥାନ ଦିଆଯିବ । ଏହି କାର୍ୟ୍ୟକ୍ରମରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଯୋଗ ଦେବେ । ତେବେ ଗ୍ୟାଲେରୀରେ ଆହୁରି କଣ କଣ ସ୍ଥାନିତ ହେବ ସେନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି ସଂଗ୍ରହଳୟ ଦାୟିତ୍ୱରେ ଥିବା ଜଳେନ୍ଦ୍ର ପ୍ରସାଦ ରାୟ ସୂଚନା ଦେଇଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook