Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସୁଖସମୃଦ୍ଧି,ଆର୍ଥିକ ଉନ୍ନତି ପାଇଁ ତକିଆ ତଳେ ରଖନ୍ତୁ ଏହି ଜିନିଷ..

    Share on :
    ajab-Image
    Date: Oct 5, 2025    Views: 2828

    ବାସ୍ତୁ ଶାସ୍ତ୍ର ଅନୁଯାୟୀ,ଘରେ ଥିବା ପ୍ରତ୍ୟେକ ଜିନିଷର ମହତ୍ତ୍ୱ ଥିବା ସହ ଏହାର ପ୍ରଭାବ ଜୀବନ ଓ ପରିବାର ସଦସ୍ୟଙ୍କ ଉପରେ ମଧ୍ୟ ପଡିଥାଏ। ତେବେ ଖୁବ କମ୍‌‌ ଲୋକେ ଜାଣିଥିବେ, ଶୋଇବା ସମୟରେ ମୁଣ୍ଡ ଉପରେ ରଖାଯାଉଥିବା କିଛି ଜିନିଷ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏଭଳି କେତେକ ଜିନିଷ ରହିଛି, ଯାହାକୁ ଶୋଇବା ସମୟରେ ପାଖରେ ରଖିବା ଦ୍ୱାରା ଅର୍ଥର ଅଭାବ ହୋଇନଥାଏ। ମା’ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ। ଏହାସହ ମାନସିକ ଶାନ୍ତି ପ୍ରଦାନ କରିବା ସହ ଆର୍ଥିକ ସମସ୍ୟା ମଧ୍ୟ ଦୂର କରିଥାଏ।

    ବାସ୍ତୁ ଅନୁଯାୟୀ, ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ, ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଥିଲେ ଶୋଇବା ସମୟରେ ମୁଣ୍ଡ ଉପରେ ପୂର୍ବ ଦିଗରେ ଏକ ମୁଦ୍ରା (କଏନ୍‌‌) ରଖନ୍ତୁ। ଏହାଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।

    ସବୁଜ ଗୁଜୁରାତି – ରାତିରେ ଉତ୍ତମ ନିଦ ହେଉନଥିଲେ କିମ୍ବା ବାରମ୍ବାର ନିଦ ଭାଙ୍ଗୁଥିଲେ, ମୁଣ୍ଡ ଉପରେ ସବୁଜ ଗୁଜୁରାତି ମଧ୍ୟ ରଖନ୍ତୁ। ଏପରି କରିବା ଦ୍ୱାରା ଉତ୍ତମ ନିଦ ହୋଇଥାଏ। ଏହାସହ ମାନସିକ ଦୁଃଶ୍ଚିନ୍ତା ମଧ୍ୟ ଦୂର ହୋଇଥାଏ। ଟଙ୍କାର ଅଭାବ ଦୂର ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।

    ରସୁଣ – ବାସ୍ତୁ ଅନୁଯାୟୀ, କିଛି ରସୁଣ ମୁଣ୍ଡ ଉପରେ କିମ୍ବା ତକିଆ ତଳେ ରଖି ଶୋଇବା ଦ୍ୱାରା ଜୀବନରେ ସକରାତ୍ମକ ଶକ୍ତି ପ୍ରବେଶ ହୋଇଥାଏ। ଉତ୍ତମ ନିଦ ମଧ୍ୟ ହୋଇଥାଏ।

    ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଥିଲେ, ବାସ୍ତୁ ଅନୁଯାୟୀ, ଶୋଇବା ସମୟରେ ତମ୍ବା ଲୋଟାରେ ପାଣି ଭର୍ତ୍ତି କରି ନିଜ ମୁଣ୍ଡ ଉପରେ ରଖନ୍ତୁ। ସକାଳେ ଉଠିବା ପରେ ସେହି ପାଣି ଗଛ ମୂଳରେ ଢାଳି ଦିଅନ୍ତୁ। ଏପରି କରିବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ। ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ।

    Maximum 500 characters

    ବିଶେଷ View all

    Find Us on Facebook