Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବାସ୍ତୁ : ଜାଣନ୍ତୁ, କବାଟ ପଛପଟେ କାହିଁକି ଟାଙ୍ଗିବେ ନାହିଁ ପୋଷାକ..

    Share on :
    ajab-Image
    Date: Sep 1, 2025    Views: 2448

    ସନାତନ ଧର୍ମରେ ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ଶାସ୍ତ୍ର, ସ୍ୱପ୍ନ ଶାସ୍ତ୍ର ଓ ସାମୁଦ୍ରିକ ଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି । ଜୀବନରେ ଥିବା ସମସ୍ୟାକୁ ଦୂର ପାଇଁ ଓ ସୁଖମୟ ଜୀବନ ପାଇଁ ଶାସ୍ତ୍ରରେ କିଛି ସରଳ ଉପାୟ ବର୍ଣ୍ଣନା କରାଯାଇଛି । ବାସ୍ତୁ ଶାସ୍ତ୍ରରେ ଘର, କାର୍ୟ୍ୟାଳୟ ଆଦି ସ୍ଥାନ ପାଇଁ ସଠିକ୍‌ ଦିଗ ଓ ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି । ଶାସ୍ତ୍ରରେ କକ୍ଷ, ରୋଷେଇ ଘର, ଶୟନ କକ୍ଷ ଏଭଳି କି ଘରର କବାଟକୁ ନେଇ ମଧ୍ୟ କିଛି ନିୟମ ବର୍ଣ୍ଣନା କରାଯାଇଛି । ସାଧାରଣତଃ ଦେଖାଯାଏ, ଅଧିକାଂଶ ଲୋକେ ନିଜ ଘରର କବାଟ ପଛ ପଟେ ପୋଷାକ ଟାଙ୍ଗି କରି ରଖନ୍ତି । ମାତ୍ର ବାସ୍ତୁ ଶାସ୍ତ୍ର ଅନୁସାରେ ଏହାକୁ ଅଶୁଭ ବୋଲି କୁହାଯାଇଛି । ଜାଣନ୍ତୁ..

    ବାସ୍ତୁ ଅନୁସାରେ ଘରର କବାଟ ପଛ ପଟରେ ପୋଷାକ ଟାଙ୍ଗିବା ଉଚିତ୍‌ ନୁହେଁ । କବାଟ ଉପର ଅଂଶ ମା’ଲକ୍ଷ୍ମୀଙ୍କ ସ୍ଥାନ ବୋଲି କୁହାଯାଇଛି । ତେଣୁ କବାଟ ପଛ ପଟେ ପୋଷାକ ଟାଙ୍ଗିବାକୁ ବାରଣ କରାଯାଇଛି । ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି ।ପୋଷାକ ସହ ଜଡିତ ଅନେକ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏହାସହ ଧନହାନୀ, ପରିବାରରେ କଳହ, ଘରେ ନକରାତ୍ମକ ଶକ୍ତି ପ୍ରବେଶ, ଉନ୍ନତିରେ ବାଧା, ଚାକିରି ଓ ବ୍ୟବସାୟ ଆଦିରେ ସମସ୍ୟା ଦେଖାଦେଇଥାଏ ।


    ବାସ୍ତୁ ଅନୁସାରେ ଘରର ମହତ୍ତ୍ୱପୂର୍ଣ୍ଣ ଅଂଶ ହେଉଛି କବାଟ । ତେଣୁ କବାଟର ରଙ୍ଗ ଓ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ।
    ସାଧାରଣତଃ ଲୋକେ କବାଟ ପଛପଟେ ପୁରୁଣା ପୋଷାକ ମଧ୍ୟ ଟାଙ୍ଗି କରି ରଖନ୍ତି । ଏହାସହ ଯେଉଁ ପୋଷାକକୁ ବ୍ୟବହାର କରୁନଥିଲେ କିମ୍ବା ଛିଣ୍ଡା ପୋଷାକକୁ ଆଦୌ ସେପରି ରଖନ୍ତୁ ନାହିଁ । ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।


    ଘରେ ଅନେକ ସମୟରେ କବାଟ ପଛରେ ଥିବା ହୁକ୍‌ରେ ଚାବିକୁ ଟାଙ୍ଗି କରି ରଖନ୍ତି । କବାଟ ଖୋଲିବା ସମୟରେ ଏଥିରୁ ଶବ୍ଦ ହୋଇଥାଏ । ବାସ୍ତୁ ଅନୁଯାୟୀ ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରି ଥାଏ ।
    କବାଟ ପଛରେ ନୂଆ ଜୋତା ଚପଲ ମଧ୍ୟ ଟାଙ୍ଗି କରି ରଖନ୍ତୁ ନାହିଁ ।

    Maximum 500 characters

    ବିଶେଷ View all

    Find Us on Facebook