Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଅବସର ନେଲେ କ୍ରିକେଟର ବରୁଣ ଆରୋନ

    Share on :
    ajab-Image
    Date: Jan 10, 2025    Views: 2984

    ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଖେଳାଳି ବରୁଣ ଆରୋନ ଅବସର ଘୋଷଣା କରିଛନ୍ତି। ମାତ୍ର ୩୫ ବର୍ଷ ବୟସରେ ସେ ଅବସର ନେଇଛନ୍ତି। ବରୁଣ ଆରୋନ ଭାରତ ପାଇଁ ୯ଟି ଦିନିକିଆ ଓ ୯ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ସେ ତାଙ୍କ ପ୍ରଭାବୀ ବୋଲିଂ ପାଇଁ ପରିଚିତ ଥିଲେ। ଇଣ୍ଡିଆନ୍ ପ୍ରିମିୟର ଲିଗରେ ମଧ୍ୟ ବରୁଣଙ୍କ ରେକର୍ଡ ଭଲ ରହିଛି। ସେ ଘରୋଇ କ୍ରିକେଟରେ ଝାଡ଼ଖଣ୍ଡ ପାଇଁ ଖେଳନ୍ତି। ବରୁଣ ଚଳିତ ବର୍ଷ ଜାନୁଆରୀ ୫ରେ ଗୋଆ ବିପକ୍ଷରେ ଝାଡ଼ଖଣ୍ଡ ପକ୍ଷରୁ ଶେଷ ମ୍ୟାଚ୍ ଖେଳିଥିଲେ।

    ଶୁକ୍ରବାର ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ମାଧ୍ୟମରେ ସେ ଅବସର ଘୋଷଣା କରିଛନ୍ତି । ଆଜି ମୁଁ ଆନୁଷ୍ଠାନିକ ଭାବେ କ୍ରିକେଟରୁ ଅବସର ଘୋଷଣା କରୁଛି। ଭଗବାନ, ପରିବାର, ସାଙ୍ଗସାଥୀ, ସାଥୀ, ପ୍ରଶିକ୍ଷକ, ସପୋର୍ଟ ଷ୍ଟାଫ୍ ଓ ପ୍ରଶଂସକଙ୍କ ବିନା ଏହି ଯାତ୍ରା ସମ୍ଭବ ହୋଇନଥାନ୍ତା। ମୁଁ ବିସିସିଆଇ ଓ ଜେଏସସିଏକୁ ଧନ୍ୟବାଦ ଜଣାଉଛି।


     

    Maximum 500 characters

    ଖେଳ ଖବର View all

    Find Us on Facebook