ମୁଖ୍ୟ ଖବର
ଭୁବନେଶ୍ୱର: ସପ୍ତାହକ ମଧ୍ୟରେ ଆକାଶଛୁଆଁ ହେଲାଣି ପରିବା ଦର। ପୁର୍ବରୁ ଥିବା ଦରଠୁ ୨ ଗୁଣା ହୋଇଛି ପରିବା ଦର। ଆଜି ୟୁନିଟ ୪ ପରିବା ହାଟରେ କେଜି ପିଛା ବାଇଗଣ ୮୦ ଟଙ୍କା, ଭେଣ୍ଡି ୮୦ ଟଙ୍କା, ଟମାଟୋ ୫୦ରୁ ୬୦ ଟଙ୍କା ରହିଛି ପରିବା। ଧନିଆ ପତ୍ର କେଜି ୩୦୦ ଟଙ୍କା, କଞ୍ଚା ଲଙ୍କା ୧୫୦ ଟଙ୍କା, ଜହ୍ନି ୭୦ ଟଙ୍କା, ପୋଟଳ ୭୦ରୁ ୮୦ ଟଙ୍କା, କଖାରୁ ୪୦ ଟଙ୍କା, ଗାଜର ୬୦ ଟଙ୍କା, ବିଟ ୬୦ ଟଙ୍କା ରହିଛି।
ସପ୍ତାହେ ପୂର୍ବରୁ ଆଧାରୁ କାମ ଦାମରେ ପରିବା ବିକ୍ରି ହେଉଥିଲା। ସପ୍ତାହେ ଭିତରେ ଧିରେ ଧିରେ ଦୁଇ ଗୁଣା ବଢ଼ିଛି। ବ୍ୟବସାୟୀଙ୍କ କହିବା କଥା ପ୍ରବଳ ବର୍ଷା ପାଇଁ ପରିବା ଆସିପାରୁ ନାହିଁ। ଯାହାବି ଆସୁଛି ପଚିସଢ଼ି ଯାଉଛି। କ୍ଷତି ସହୁଛନ୍ତି ବ୍ୟବସାୟୀ। ପରିବା ନେବା ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହେଉଥିଲା, ତାଠୁ ବହୁ ଅଧିକ ଟଙ୍କା ଏବେ ଖର୍ଚ୍ଚ ହେଉଛି।
Comments ସମସ୍ତ ମତାମତ