Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପାଣ୍ଡିଆନଙ୍କ ସମ୍ପର୍କିତ ଖବର ପାଇଁ କ୍ଷମା ମାଗିଲେ ସାମ୍ବାଦିକ

    Share on :
    ajab-Image
    Date: Jul 23, 2024    Views: 3302

    ଭୁବନେଶ୍ବର: କାର୍ତ୍ତିକ ପାଣ୍ଡିଆନଙ୍କ ସମ୍ପର୍କିତ ଖବର ଉପରେ କ୍ଷମା ପ୍ରାର୍ଥନା । କ୍ଷମା ପ୍ରାର୍ଥନା କଲେ ସମ୍ପୃକ୍ତ ଜାତୀୟ ଗଣମାଧ୍ୟମ ସାମ୍ବାଦିକ । ସାମ୍ବାଦିକ ସାହିଦ ଫରିଦ ମାଗିଲେ ନିଃସର୍ତ୍ତ କ୍ଷମା। ଏକ ସୂତ୍ରକୁ ବିଶ୍ବାସ କରି ପ୍ରକାଶ ପାଇଥିଲା ଖବର। ଏ ନେଇ ନବୀନଙ୍କ ସ୍ପଷ୍ଟୀକରଣ ନିଆଯାଇ ନ ଥିଲା। ଖବର ପ୍ରକାଶ ପାଇବା ପରେ ପ୍ରତିବାଦ କରିଥିଲେ ନବୀନ। କୌଣସି କେନ୍ଦ୍ରମନ୍ତ୍ରୀ ପାଣ୍ଡିଆନଙ୍କୁ ଭେଟି ନ ଥିବା ଜଣାପଡ଼ିଛି। ଏହି ଖବରକୁ ମିଛ କପୋଳକଳ୍ପିତ କହିଥିଲେ ନବୀନ।
    ଖବର ଅନୁଯାୟୀ, ଜାତୀୟ ଗଣମାଧ୍ୟମରେ କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ଖବର ପ୍ରସାରିତ ହୋଇଥିଲା। ଏହାରି ଉପରେ ପ୍ରତିକ୍ରିୟା ରଖିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ସୋସିଆଲ ମିଡ଼ିଆରେ ନବୀନ ପୋଷ୍ଟ କରିବା ସହ କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ପ୍ରସାରିତ ଖବର ମିଛ ଓ ଉଦ୍ଦେଶ୍ୟମୂଳକ ବୋଲି କହିଥିଲେ ।
    ନବୀନ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଥିଲେ, ଜାତୀୟ ଗଣମାଧ୍ୟମର ଏହି ଖବର ସମ୍ପୂର୍ଣ୍ଣ ମିଛ, ଉଦ୍ଦେଶ୍ୟମୂଳକ, ଭିତ୍ତିହୀନ ଓ କପୋଳକଳ୍ପିତ। କାର୍ତ୍ତିକ ପାଣ୍ଡିଆନ ରାଜ୍ୟ ଓ ଦଳ ପାଇଁ ବହୁତ କାମ କରିଛନ୍ତି । ସେଥିପାଇଁ ସେ ଜଣାଶୁଣା । ଖାଲି ସେତିକି ନୁହେଁ, ପାଣ୍ଡିଆନ ଉତ୍ସର୍ଗୀକୃତ ଭାବେ ଦଳ ଓ ରାଜ୍ୟ ପାଇଁ କାମ କରିଛନ୍ତି । ଏଭଳି ଦକ୍ଷତା ଓ ସ୍ବଚ୍ଛତା ପାଇଁ ପାଣ୍ଡିଆନ ବେଶ ଜଣାଶୁଣା ଓ ସମ୍ମାନନୀୟ ।

    Maximum 500 characters

    ରାଜନୀତି View all

    Find Us on Facebook