Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମୋଦୀଙ୍କୁ ଟ୍ରମ୍ପଙ୍କ ପ୍ରଶଂସା

    Share on :
    ajab-Image
    Date: Jun 6, 2026    Views: 3013

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମେରିକାରର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରଶଂସା କରିଛନ୍ତି। ମୋଦୀଙ୍କୁ ସେ ବହୁତ ପସନ୍ଦ କରନ୍ତି ଓ ମୋଦୀ ତାଙ୍କର ଭଲ ବନ୍ଧୁ ବୋଲି ଟ୍ରମ୍ପ କହିଛନ୍ତି। ଏଥିସହ ଭାରତ ଓ ଆମେରିକା ମଧ୍ୟରେ ଶୀଘ୍ର ନୂତନ ବାଣିଜ୍ୟ ଚୁକ୍ତି ହେବ ବୋଲି ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି।
    ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଟ୍ରମ୍ପ କହିଥିଲେ ବର୍ଷ ବର୍ଷ ଧରି ଭାରତ ଆମେରିକା ଠାରୁ ବାଣିଜ୍ୟିକ ଲାଭ ଉଠାଇଥିଲା। ସେମାନେ ଆମ ଉପରେ ଅଧିକ ଟାରିଫ୍ ଲଗାଉଥିଲେ ଏବଂ କିଛି ଦେଉ ନଥିଲେ। ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ବିପରୀତ ହୋଇଛି। ଭାରତ ସହ ବ୍ୟବସାୟ କରି ଆମେ ବହୁତ ଟଙ୍କା ରୋଜଗାର କରୁଛି। ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ମଜଭୁତ୍ କରିବା ଏବଂ ଦୀର୍ଘଦିନର ବାଣିଜ୍ୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଚାଲିଥିବା ପ୍ରୟାସ ଭିତରେ ଏଭଳି ବୟାନ ଦେଇଛନ୍ତି ଟ୍ରମ୍ପ। ଜୁନ୍ ୧ ରୁ ୪ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଉଭୟ ଦେଶ ଚାରି ଦିନର ବାଣିଜ୍ୟ ଆଲୋଚନା ସମାପ୍ତ କରିଛନ୍ତି। ଉଭୟ ପକ୍ଷ ଆଲୋଚନାକୁ ଗଠନମୂଳକ ବୋଲି କହିଛନ୍ତି।ଯୁକ୍ତରାଷ୍ଟ୍ରର ରାଷ୍ଟ୍ରଦୂତ ସର୍ଜିଓ ଗୋର୍ କହିଛନ୍ତି, ଆଲୋଚନା ବେଶ୍‌ ଫଳପ୍ରଦ ହୋଇଥିଲା। ତେବେ ଅଳ୍ପ କିଛି ପ୍ରସଙ୍ଗରେ ବୁଝାମଣା ହେବାକୁ ବାକି ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ୍ କହିଛନ୍ତି, ଅଧିକାଂଶ ବିଷୟ ସମାଧାନ ହୋଇସାରିଛି। ଖୁବ୍‌ଶୀଘ୍ର ପ୍ରଥମ ପର୍ଯ୍ୟାୟ ନୂତନ ଚୁକ୍ତିର ରୂପରେଖ ଚୂଡ଼ାନ୍ତ ହୋଇପାରେ। ଅନ୍ୟପକ୍ଷରେ ଟ୍ରମ୍ପ୍ ପ୍ରଶାସନ ଦ୍ୱାରା ଭାରତ ସମେତ ୬୦ଟି ଦେଶରୁ ଆମଦାନୀ ଉପରେ ଅତିରିକ୍ତ ୧୨ ଦଶମିକ ୫ ପ୍ରତିଶତ ଟାରିଫ୍ ଲଗାଇବାର ସମ୍ଭାବନା ଦୁଇ ଦେଶ ମଧ୍ୟରେ ଆଲୋଚନାକୁ ଆହୁରି ଜଟିଳ କରିବାର ଆଶଙ୍କା ରହିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook