Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦୁର୍ଗା ପୂଜା

ମୁଖ୍ୟ ଖବର

    ଭାରତ-ପାକ୍‌ ମଧ୍ୟରେ ମଧ୍ୟସ୍ଥତା କରିନି

    Share on :
    ajab-Image
    Date: May 16, 2025    Views: 2172

    ନୂଆଦିଲ୍ଲୀ: ମଧ୍ୟସ୍ଥତା ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୟୁଟର୍ଣ୍ଣ । କହିଲେ, ଭାରତ-ପାକ୍‌ ମଧ୍ୟରେ ମଧ୍ୟସ୍ଥତା କରିନି । କେବଳ ବୁଝାମଣା ପାଇଁ ସହଯୋଗ କରିଥିଲି । ଉଭୟ ଦେଶର ସର୍ବୋଚ୍ଚ ନେତା କୂଟନୈତିକ ସ୍ତରରେ ଆଲୋଚନା କରି ଅସ୍ତ୍ରବିରତି ପାଇଁ ନିଷ୍ପତ୍ତି ନେଇଛନ୍ତି ।
    ପାକସ୍ତାନ ବିରୋଧରେ ଅପରେସନ୍ ସିନ୍ଦୂରର ସଫଳତା ପରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଥିଲେ, ଏହା କେବଳ ଏକ ସେନା ଅଭିଯାନ ନୁହେଁ ବରଂ ସିନ୍ଦୂରକୁ ନ୍ୟାୟ ଦେବାକୁ ଏକ ଅଖଣ୍ଡ ପ୍ରତିଜ୍ଞା । ଆଜି ପ୍ରତି ଆତଙ୍କୀ ଓ ଆତଙ୍କୀ ସଙ୍ଗଠନ ଜାଣିସାରିଛି ଯେ, ଆମ ମା’ ଭଉଣୀଙ୍କ ମଥାର ସିନ୍ଦୂର ସହ ଖେଳିବାର ପରିଣତି କ’ଣ ହୋଇପାରେ । ଦେଶର ୩ ସେନାକୁ ପ୍ରଶଂସା କରି କହିଲେ, ’ସାରା ଦୁନିଆ ଦେଖିସାରିଛି କିପରି ଭାରତ ପାକିସ୍ତାନର ପ୍ରତିଟି ଆକ୍ରମଣର ଜବାବ ଦେଇଛି । ପାକିସ୍ତାନ କରିଥିବା ପ୍ରତିଟି ଡ୍ରୋନ ଭାରତର ଏୟାର ଡିଫେନ୍ସରେ ଛିନଛତର ହୋଇଯାଇଥିଲା ।
    ମୋଦୀ ନିଜ ଭାଷଣରେ କୌଣସି ସ୍ଥାନରେ ଆମେରିକା ରାଷ୍ଟ୍ରପତି କିମ୍ବା ଆମେରିକାର ନାଁ ଟିକେ ବି ନେଇନଥିଲେ । ଏଥିରୁ ପରୋକ୍ଷ ଭାବେ ସ୍ପଷ୍ଟ ହୋଇଥିଲା ଯେ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଡୋନାଲ୍ଡ ଦେଇଥିବା ପ୍ରସ୍ତାବକୁ ନା କହିଥିଲେ ମୋଦୀ । ମୋଦୀ କହିଛନ୍ତି ଏଣିକି ଭାରତ- ପାକିସ୍ତାନ ମଧ୍ୟରେ ଆଲୋଚନା ହେଲେ କେବଳ ଆତଙ୍କବାଦ ଓ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ହିଁ ହେବ ।

    Maximum 500 characters

    ଦୁର୍ଗା ପୂଜା View all

    Find Us on Facebook