Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଥ୍ୟାଙ୍କ ୟୁ ଆମେରିକା: ଟ୍ରମ୍ପ

    Share on :
    ajab-Image
    Date: Nov 6, 2024    Views: 3112

    ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଲେ ଡୋନାଲ୍ଡ ଟ୍ରମ୍ପ ।  ନିର୍ବାଚନରେ ଜିତିଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପ । ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସକୁ ହରାଇ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ୪ ବର୍ଷ ପରେ ଟ୍ରମ୍ପ ପୁଣି ରାଷ୍ଟ୍ରପତି ହୋଇଛନ୍ତି । ଟ୍ରମ୍ପଙ୍କୁ ୭୭ଟି ଭୋଟ ମିଳିଥିବାବେଳେ କମଳା ହ୍ୟାରିସଙ୍କୁ ମାତ୍ର ୨୨୬ଟି ଭୋଟ ମିଳିଛି ।
     ଜିତିବା ପରେ ଟ୍ରମ୍ପ ବିଜୟ ଭାଷଣ ରଖିଛନ୍ତି । ଆମେରିକାବାସୀଙ୍କୁ ଥ୍ୟାଙ୍କ ୟୁ କହିଛନ୍ତି ଟ୍ରମ୍ପ ।  ଆମେରିକାବାସୀ ମୋତେ ବିଶ୍ୱାସକୁ ନେଇଥିବାରୁ ଧନ୍ୟବାଦ ବୋଲି ଟ୍ରମ୍ପ କହିଛନ୍ତି ।ଜବରଦସ୍ତ ବିଜୟ ଦେଇଥିବାରୁ ଆମେରିକାବାସୀଙ୍କ ନିକଟରେ କୃତଜ୍ଞ । ପତ୍ନୀ ମେଲାନିଆ ଓ ପରିବାରବାସୀଙ୍କୁ ମଧ୍ୟ ଟ୍ରମ୍ପ ଧନ୍ୟବାଦ ଜଣାଇଛନ୍ତି ।  

    ଟ୍ରମ୍ପ ତାଙ୍କ ସମ୍ବୋଧନରେ କହିଛନ୍ତି ଏହା ଐତିହାସିକ ବିଜୟ । ଏହାର ପୁରା ଶ୍ରେୟ  ଦେଶବାସୀଙ୍କୁ ଯାଉଛି ବୋଲି କହିଛନ୍ତି ଟ୍ରମ୍ପ । ଭୋଟରଙ୍କୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ । ଟ୍ରମ୍ପ ତାଙ୍କ ସମ୍ବୋଧନରେ କହିଛନ୍ତି  ମୋର ସବୁ୍ କିଛି ଆମେରିକାବସୀଙ୍କ ନିକଟରେ ସମର୍ପିତ । 

    ଆମେରିକାର ଭବିଷ୍ୟତ ପାଇଁ କାମ କରିବି । ମହାନ ରଷ୍ଟ୍ରରେ ପରିଣତ କରିବା ପାଇଁ  ମୋର ଲକ୍ଷ । ଭାଷଣ ବେଳେ ଏଲନ ମସ୍କଙ୍କ ନାମ ନେଇ କହିଲେ ମୋ କ୍ୟାମ୍ପେନରେ ଏଲନ୍ ମସ୍କଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।  ତେବେ ଟ୍ରମ୍ପ ହେବେ ଦ୍ୱିତୀୟ ଥର ଆମେରିକାର ରାଷ୍ଟ୍ରପତି ।   

    ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ହୋଇଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook