ମୁଖ୍ୟ ଖବର
ବଣାଇ : ସୁନ୍ଦରଗଡ଼ରେ ମାଲବାହୀ ଟ୍ରେନ୍ ର ୪ ବଗି ଲାଇନଚ୍ୟୁତ। ସୁନ୍ଦରଗଡ଼ ଜିଲ୍ଲା ବିମଳାଗଡ ରେଲୱେ ଷ୍ଟେସନ ଡ୍ୟାମ୍ ବସ୍ତି ନିକଟରେ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି।
ରକ୍ସି ରେଲୱେ ସାଇଡିଙ୍ଗରୁ ଲୁହା ପଥର ବୋଝେଇ କରି ବିମଳାଗଡ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଛି । ଏଥିରେ କାହାର କୌଣସି କ୍ଷତି ହୋଇନାହିଁ। ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ରେଲୱେ କର୍ମଚାରୀ ପହଁଚି ବଗି ଗୁଡ଼ିକୁ ଟ୍ରାକକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ଏହି ଲାଇନରେ ସମସ୍ତ ରେଳ ଚଳାଚଳ ବନ୍ଦ ରହିଛି । କେଉଁ କାରଣରୁ ଚାରୋଟି ବଗି ଲାଇନ୍ ଚ୍ୟୁତ୍ ହେଲା ରେଲୱେ ବିଭାଗ ତାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚକ୍ରଧରପୁର ରେଳ ମଣ୍ଡଳ ଡିଆରଏମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
Comments ସମସ୍ତ ମତାମତ