Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମାଲବାହୀ ଟ୍ରେନ୍ଲା ଇନ୍‌ଚ୍ୟୁତ

    Share on :
    ajab-Image
    Date: Jan 20, 2025    Views: 3333

    ପାରାଦୀପ:  ପାରାଦୀପ ରଙ୍ଗିଆଗଡ଼ ରେଲଓ୍ୱେ ଷ୍ଟେସନ ନିକଟରେ ଅଘଟଣ। ଟ୍ରାକ୍‌କୁ ଖସିଲା ମାଲବାହୀ ଟ୍ରେନ୍। ଗାର୍ଡ ବଗି ସହ ଲାଇନ୍‌ଚ୍ୟୁତ ହେଲା ୨ଟି ଓ୍ବାଗନ । ଘଟଣାସ୍ଥଳରେ ରେଲଓ୍ବାର ବରିଷ୍ଠ ଅଧିକାରୀ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରହିଛି। 
    ସୂଚନା ଅନୁଯାୟୀ, ଇଫକୋ କମ୍ପାନୀରୁ ସାର ନେବାକୁ ଆସୁଥିଲା ଏକ ମାଲବାହୀ ଟ୍ରେନ୍ । ରଙ୍ଗିଆଗଡ଼ ରେଲଓ୍ୱେ ଷ୍ଟେସନ ନିକଟରେ ହଠାତ୍ ରେଳଧାରଣା ଖସଯାଇଥିଲା। ଫଳରେ ଗାର୍ଡ ବଗି ସହ ୨ ଓ୍ବାଗନ ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ତେବେ ଏହି ଦୁର୍ଘଟଣାରେ କୌଣସି ବଡ଼ଧରଣର କ୍ଷତି ହୋଇନଥିବା ସୂଚନା ମିଳିଛି । ସେପଟେ ଟ୍ରେନ୍ ଦୁର୍ଘଟଣା ପରେ ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି । ଟ୍ରାକରୁ ଖସିଥିବା ଟ୍ରେନ୍‌କୁ କିପରି ଟ୍ରାକକୁ ଆଣିବେ । ସେନେଇ ଉଦ୍ୟମ ଜାରି ରହିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook