Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ହୁମାୟୁନ କବୀରଙ୍କୁ ନିଲମ୍ବନ କଲା ଟିଏମସି

    Share on :
    ajab-Image
    Date: Dec 4, 2025    Views: 2973

    କଲକାତା: ତୃଣମୂଳ କଂଗ୍ରେସ ବିଧାୟକ ହୁମାୟୁନ କବୀରଙ୍କୁ ଦଳରୁ ନିଲମ୍ବିତ କରିଛି । ପଶ୍ଚିମବଙ୍ଗ ପରିବହନ ମନ୍ତ୍ରୀ ଫିରହାଦ ହାକିମ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ହୁମାୟୁନ୍‌ କବୀର ଡିସେମ୍ବର ୬ତାରିଖରେ ମୁର୍ଶିଦାବାଦରେ ବାବ୍ରି ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଘୋଷଣା କରିଥିଲେ । ଏହା ଦଳର ହାଇକମାଣ୍ଡଙ୍କୁ କ୍ରୋଧିତ କରିଥିଲା, ଏଥିପାଇଁ ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଧାୟକଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି । ଏଥିପାଇଁ ଦଳ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

    ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାର ଭରତପୁର ବିଧାନସଭା ଆସନର ବିଧାୟକ ଅଛନ୍ତି ହୁମାୟୁନ୍‌ କବୀର । ସେ ଡିସେମ୍ବର ୬ତାରିଖରେ ବାବ୍ରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଘୋଷଣା କରିଥିଲେ । ସେ ମୁର୍ଶିଦାବାଦର ବେଲଡାଙ୍ଗାରେ ବାବ୍ରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଘୋଷଣା କରିଥିଲେ । ସେ କହିଥିଲେ ଯେ ତୃଣମୂଳ କଂଗ୍ରେସ ଦଳ ଛାଡିବେ ଏବଂ ସହିଦ ହେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି, କିନ୍ତୁ ବାବ୍ରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଏହାର ନିର୍ମାଣ ପାଇଁ ଦେଶବ୍ୟାପୀ ମୁସଲିମ ସମ୍ପ୍ରଦାୟରୁ ପାଣ୍ଠି ସଂଗ୍ରହ କରିବେ ।

    ହୁମାୟୁନ୍‌ କବୀର ମସଜିଦର ଶିଳାନ୍ୟାସ ଉତ୍ସବ ଘୋଷଣା କରିବା ସମୟରେ ଚେତାବନୀ ଦେଇଥିଲେ ଯେ ଯଦି ତାଙ୍କୁ ଏପରି କରିବାେ କେହି ବାଧା ଦିଅନ୍ତି, ତେବେ ସେ ମୁସଲମାନ ମାନଙ୍କ ସହିତ ମିଶି ଜାତୀୟ ରାଜପଥ ୩୪ଅବରୋଧ କରିବେ । ଏହାପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କବୀରଙ୍କ ଉପରେ ଗଭୀର ବିରକ୍ତ ପ୍ରକାଶ କରିବା ସହ ଶିଳାନ୍ୟାସ ଉତ୍ସବରେ ଯୋଗ ଦେବାକୁ ମନା କରିଥିଲେ । ସେହିପରି ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏକ ପ୍ରତିରୋଧକ ଗିରଫଦାରୀ ନିର୍ଦ୍ଦେଶ ଜାରି କରିବା ସହ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ହେଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook