Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମା' ହେବ ଜିନ୍ନତ

    Share on :
    ajab-Image
    Date: Jul 2, 2025    Views: 3255

    ଭୁବନେଶ୍ୱର:   ମା' ହେବ ଜିନ୍ନତ । ସେପ୍ଟେମ୍ବରରେ ପ୍ରସବ କରିବ ଶିମିଳିପାଳରେ ଥିବା ବାଘୁଣୀ । କଳା ମହାବଳ ଟି-୧୨ ସହ ସମ୍ପର୍କରେ ଆସି ବାଘୁଣୀ ଜିନ୍ନତ ମା’ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛି ବନ ବିଭାଗ । ଗତମାସ କଳା ମହାବଳ ସହ ଜିନ୍ନତର ସମ୍ପର୍କକୁ ଟ୍ରାକ୍ କରାଯାଇଥିଲା । ୨୦୨୪ ମସିହା ନଭେମ୍ବରରେ ମହାରାଷ୍ଟ୍ରର ତାଡ଼ୋବାରୁ ଓଡ଼ିଶାର ଶିମିଳିପାଳ ଆସିଥିଲା ବାଘୁଣୀ ଜିନ୍ନତ । ମେ’ ମାସରେ ବଡ଼ ଏନକ୍ଲୋଜରରୁ ମୁକ୍ତ ହୋଇ କୋର ଏରିଆକୁ ଛଡ଼ାଯିବା ପରେ କେବଳ ନିଜ ବାସସ୍ଥାନ ବାଛିନି ଜିନ୍ନତ ବରଂ ମା’ ମଧ୍ୟ ହୋଇଛି । କୋର ଅଞ୍ଚଳକୁ ଛଡ଼ାଯିବା ପରେ ଶିମିଳିପାଳ ଅଭୟାରଣ୍ୟର ଜମୁନାଗଡ଼ରୁ ଗୁଡ଼ଗୁଡ଼ିଆ ପର୍ୟ୍ୟନ୍ତ ଜଙ୍ଗଲକୁ ନିଜ ବାସସ୍ଥଳୀ ରୂପେ ବାଛିଥିଲା ଜିନ୍ନତ । 

    ପୂର୍ବରୁ ଶିମିଳିପାଳରେ ଛଡ଼ାଯିବା ପରଠାରୁ ଅନେକ ଚର୍ଚ୍ଚା ସାଉଁଟିଥିଲା ବାଘୁଣୀ । ଶିମିଳିପାଳ ଛାଡ଼ି ପ୍ରଥମେ ଝାଡ଼ଖଣ୍ଡ ପରେ ପଶ୍ଚିମବଙ୍ଗ ଯାଇଥିଲା । ଆଉ ଏକ ନାଟକୀୟ ଢଙ୍ଗରେ ଧରାହୋଇ ପୁଣି ଶିମିଳିପାଳ ଫେରିଥିଲା । ପ୍ରଥମେ ସଫ୍ଟ ଏନକ୍ଲୋଜର ପରେ ବଡ଼ ଆବଦ୍ଧ ଅଞ୍ଚଳ ଆଉ ତା’ପରେ ଜଙ୍ଗଲକୁ ଛଡ଼ାଯାଇଥିଲା । ଏବେ ଜିନ୍ନତ ମା’ ହେବା ବନ ବିଭାଗ ପାଇଁ ବଡ଼ ସଫଳତା । ଶିମିଳିପାଳରେ ବାଘ ବଂଶ ବିସ୍ତାର କରିବା ଲକ୍ଷ୍ୟରେ ପ୍ରଥମେ ଯମୁନା ଓ ପରେ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା । ଆଉ ଏବେ ସେପ୍ଟେମ୍ବରରେ ମା’ ହେବ ସାଢ଼େ ୩ ବର୍ଷିୟା ମରାଠା ବାଘୁଣୀ ଜିନ୍ନତ। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook