ମୁଖ୍ୟ ଖବର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଉପସ୍ଥାପନ କରିବାକୁ ବିଭିନ୍ନ ଦେଶକୁ ବହୁ ଦଳୀୟ ପ୍ରତିନିଧି ପଠାଇବାକୁ ଯୋଜନା କରୁଛନ୍ତି। ପ୍ରତ୍ୟେକ ପ୍ରତିନିଧି ଦଳରେ ଶାସକ ଏବଂ ବିରୋଧୀ ଦଳର ସାଂସଦମାନେ ରହିବେ ବୋଲି ଆଶା କରାଯାଉଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏହି କୂଟନୈତିକ ପଦକ୍ଷେପ ଉପରେ ତାଙ୍କ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ କଥା ହୋଇଛନ୍ତି। ଏହି ପଦକ୍ଷେପ ପାକିସ୍ତାନରୁ ସୃଷ୍ଟି ଆତଙ୍କବାଦ ଉପରେ ଭାରତର ଆଭିମୁଖ୍ୟକୁ ବିଶ୍ୱ ସମୁଦାୟ ଆଗରେ ଆହୁରି ସ୍ପଷ୍ଟ କରିବ ଏବଂ ଏହା ଆସନ୍ତା ସପ୍ତାହରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି।
Comments ସମସ୍ତ ମତାମତ