Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ!

    Share on :
    ajab-Image
    Date: Jul 11, 2024    Views: 3574

    ନୂଆଦିଲ୍ଲୀ: ଚାମ୍ପିଆନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ। ପାକିସ୍ତାନ ବାହାରେ ମ୍ୟାଚ୍ ଆୟୋଜନ କରିବାକୁ ଅପିଲ୍ କରିବ ବିସିସିଆଇ। ଦୁବାଇ କିମ୍ବା ଶ୍ରୀଲଙ୍କାରେ ମ୍ୟାଚ୍ ଆୟୋଜନ ହେବାର ସମ୍ଭାବନା ରହିଛି।
    ଖବର ସରବରାହ ସଂସ୍ଥା ଏଏନଆଇ ସୂଚନା ଅନୁସାରେ, ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ୍ ପାକିସ୍ତାନ ଯାଇନପାରେ। ବିସିସିଆଇ ଟିମ୍ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ ରାଜି ନଥିବାରୁ ଅନ୍ୟ କେଉଁଠାରେ ମ୍ୟାଚ୍ ଆୟୋଜନ ହେବାର ସମ୍ବାବନା ରହିଛି। ଏନେଇ ଖୁବ୍ ଶୀଘ୍ର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦକୁ ଅପିଲ କରିପାରେ ବିସିସିଆଇ । 
    ୨୦୨୫ରୁ ଚମ୍ପିଆନ୍ସ ଟ୍ରଫି ଆରମ୍ଭ ହେବ। ପାକିସ୍ତାନ ଆୟୋଜକ ଥିବାରୁ ଏଠାରେ ସମସ୍ତ ମ୍ୟାଚ୍ ଅନୁଷ୍ଠିତ ହେବ। ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦକୁ ମ୍ୟାଚ୍ କାର୍ୟ୍ୟସୂଚିର ଏକ ଚିଠା ପଠାଇଛି। କାର୍ୟ୍ୟସୂଚି ଅନୁସାରେ ସମସ୍ତ ୧୫ଟି ମ୍ୟାଚ୍ ପାକିସ୍ତାନରେ ଖେଳାଯିବ। ୭ଟି ମ୍ୟାଚ୍ ଲାହୋର, ତିନୋଟି କରାଚି ଏବଂ ପାଞ୍ଚଟି ରାୱଲପିଣ୍ଡିରେ ଖେଳାଯିବାକୁ ଥିବାବେଳେ କରାଚିରେ ଉଦଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ। 

    ତେବେ ମାର୍ଚ୍ଚ ୧ରେ ଲାହୋରରେ ଦୁଇ ଚିର ପ୍ରତିଦ୍ୱନ୍ଦ୍ୱି ଭାରତ-ପାକିସ୍ତାନ ମ୍ୟାଚ୍ ରହିଛି। କିନ୍ତୁ ବିସିସିଆଇ ପକ୍ଷରୁ ଟିମ୍ ଇଣ୍ଡିଆକୁ ସେଠାକୁ ପଠାଇବାକୁ ନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଭାରତ ଏସିଆ କପ୍ ଭଳି ପାକିସ୍ତାନ ବାହାରେ ଶ୍ରୀଲଙ୍କା କିମ୍ବା ୟୁଏଇରେ ମ୍ୟାଚ୍ ଆୟୋଜନ କରିବାକୁ ଅପିଲ୍ କରିବାର ସମ୍ଭାବନା ରହିଛି।

    Maximum 500 characters

    ଖେଳ ଖବର View all

    Find Us on Facebook