Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଦେବେ ଯଦି ଦେବେ, ନ ଦେଲେ ନାହିଁ: ତାରା ଏଭଳି କାହିଁକି କହିଲେ ଜାଣନ୍ତୁ

    Share on :
    ajab-Image
    Date: Jul 18, 2024    Views: 3383

    ଭୁବନେଶ୍ବର: ନିର୍ବାଚନ ଫଳାଫଳକୁ ୧ ମାସରୁ ଊର୍ଦ୍ଧ୍ବ ସମୟ ଅତିବାହିତ ହୋଇ ସାରିଥିଲେ ହେଁ ଏଯାଏଁ କଂଗ୍ରେସ ଦୋଛକିରେ ରହିଛି । କିଏ ହେବ କଂଗ୍ରେସ ବିଧାୟକ ଦଳର ନେତା ଯାହା ଦର୍ଶାଉଛି ବାଟବଣା ହେଉଛି ଏଆଇସିସି । କଂଗ୍ରେସ ବିଧାୟକ ଦଳର ନେତା ନିଷ୍ପତ୍ତି ଘୋଷଣାରେ ହେଉଛି ଅହେତୁକ ବିଳମ୍ବ । ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ସେପଟେ ବିରୋଧୀ ଦଳର ନେତା ଭାବେ ନବୀନ ପଟ୍ଟନାୟକଙ୍କୁ ନିର୍ବାଚିତ କରିଛି ବିଜେଡି । ହେଲେ ବ୍ୟତିକ୍ରମ ଦେଖାଦେଇଛି କଂଗ୍ରେସ ଦଳରେ । କଂଗ୍ରେସ ଦଳରେ ବିଧାନସଭାରେ ବିଧାୟକ ଦଳର ନେତା ଚୟନ ନେଇ ଉଠିଛି ବିବାଦ । ଏଆଇସିସି ଏପର୍ୟ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ, ଫଳରେ ଆଗକୁ ଦଳର ଆଭିମୁଖ୍ୟ ନେଇ କୌଣସି ସ୍ପଷ୍ଟତା ଆସି ପାରୁନାହିଁ ।
    କଂଗ୍ରେସ ଦଳରେ ବିଧାୟକ ଦଳ ନେତାଙ୍କ ନାମ ଏଯାଏ ଘୋଷଣା ହୋଇନାହିଁ। ଏନେଇ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ବିଧାୟକ ଦଳର ନେତା କିଏ ହେବେ ତାହା ଏଆଇସିସି, ପିସିସି ସଭାପତି ନିଷ୍ପତ୍ତି ନେବେ। ତାଙ୍କ କାର୍ୟ୍ୟ ସମ୍ପର୍କରେ ଓଡ଼ିଶାବାସୀ ଓ କଂଗ୍ରେସ ଦଳ ଭଲ ଭାବରେ ଜାଣିଛନ୍ତି ା ବିଧାୟକ ଦଳ ନେତା ପଦବୀ ଦେବେ ଯଦି ଦେବେ, ନ ଦେଲେ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବାହିନୀପତି ଜୟପୁରରୁ ୫ଥର ବିଧାୟକ ନିର୍ବାଚିତ ହେଲେଣି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook