Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସରକାର ଓଡ଼ିଶାର ଆଇନ ବ୍ୟବସ୍ଥାକୁ ଦୁର୍ବଳ କରିଦେଇଛନ୍ତି:ତାରା

    Share on :
    ajab-Image
    Date: Jul 17, 2024    Views: 2990

    ଭୁବନେଶ୍ୱର: ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କ ସ‌ହଯୋଗୀମାନେ ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣା ଜଟିଳ ରୂପ ନେଉଛି। ଏହି ଘଟଣାରେ ରାଜ୍ୟପାଳଙ୍କ ପୁଅ ବିରୋଧରେ ପୁଲିସ୍‌ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରିବା ଓ ଏଏସ୍‌ଓଙ୍କୁ ‌ରାଜଭବନରୁ ବଦଳି କରାଯିବାକୁ ନେଇ ବିବାଦ ବଢ଼ୁଛି। ‘ଓଡ଼ିଆ ଅସ୍ମିତା’ କଥା ଉଠାଇ ବିରୋଧୀ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି।  ଏନେଇ  ପ୍ରଦେଶ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ପୁଅ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଓ ଏଏସ୍‌ଓଙ୍କୁ ନ୍ୟାୟ ଦାବିରେ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏଥିରେ ଯୋଗ ଦେଇ ବିଧାୟକ ତାରାପ୍ରସାଦ ବାହିନପତି କହିଥିଲେ ଯେ, ସରକାର ଓଡ଼ିଶାର ଆଇନ ବ୍ୟବସ୍ଥାକୁ ଦୁର୍ବଳ କରିଦେଇଛନ୍ତି। ରାଜ୍ୟପାଳଙ୍କ ପୁଅ ଉପରେ ଏପର୍ୟ୍ୟନ୍ତ କାର୍ୟ୍ୟାନୁଷ୍ଠାନ ନ ନେବା ଦୁର୍ଭାଗ୍ୟଜନକ। ଓଡ଼ିଆ ଜାତି ଓ ଓଡ଼ିଆ ଅସ୍ମିତାର କଥା କହୁଥିବା ସୌଦାଗରମାନେ ଏବେ କ’ଣ ପାଇଁ ନିରବ ରହିଛନ୍ତି? ଜଣେ ଅସହାୟ ଓଡ଼ିଆକୁ ନ୍ୟାୟ ଦେବାରେ ମୁଖ୍ୟମନ୍ତ୍ରୀ ଓ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଭୂମିକା ସନ୍ଦେହପୂର୍ଣ୍ଣ ରହିଛି। 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook