Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ତପସ୍ୱିନୀ ଏକ୍ସପ୍ରେସକୁ ପଥର ମାଡ

    Share on :
    ajab-Image
    Date: May 17, 2025    Views: 3044

    ଭୁବନେଶ୍ୱର:ପୁରୀରୁ ହାଟିଆ ମଧ୍ୟରେ ଚଳାଚଳ କରୁଥିବା ଏକ୍ସପ୍ରେସକୁ ପଥର ମାଡ ହୋଇଥିବା ସୂଚନା ମିଳିଛି । ଶନିବାର ରେଙ୍ଗାଲି ଓ ଝାରସୁଗୁଡା ମଝିରେ ଟ୍ରେନ ଯାଉଥିବା ବେଳେ ପଥର ମାଡ ହୋଇଥିଲା । ଫଳରେ ଟ୍ରେନର କାଚ ଭାଙ୍ଗିବା ସହ କାଚଗୁଣ୍ଡ ଯାତ୍ରୀଙ୍କ ଉପରେ ପଡିଥିଲା । ଏଥିରେ କୌଣସି ଯାତ୍ରୀଙ୍କର କିଛି ହୋଇନାହିଁ । ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି ।ସୂଚନା ଅନୁଯାୟୀ, ଶନିବାର ଭୋର ୫ଟା ୪୫ ମିନିଟ୍‌ରେ ସମୟରେ ସମ୍ବଲପୁର ରେଙ୍ଗାଲି ଷ୍ଟେସନ ନିକଟ ଲପଙ୍ଗାରୁ ବୃନ୍ଦମାଲ ମଝିରେ ମଝିରେ ତପସ୍ୱିନୀ ଏକ୍ସପ୍ରେସ୍‌କୁ ପଥରମାଡ଼ କରିଛନ୍ତି ଦୁର୍ବୃତ୍ତ। ଯେଉଁଥିରେ ଟ୍ରେନ୍‌ର ଏସି କୋଚର କାଚ ଭାଙ୍ଗିବା ସହ ଅନେକ ସିଟ୍‌ ମଧ୍ୟ ନଷ୍ଟ ହୋଇଛି । ଏସି କୋଚର ବି-୬ ୧୫ ନମ୍ବର ସିଟ୍ ଏବଂ ବି- ୭ର  ପଥର ମାଡ଼ ହୋଇଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଦୁବୃତ୍ତମାନେ ପଥଡ଼ ମାଡ଼ କରିଛନ୍ତି ଜଣାପଡିନାହିଁ। ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ଜିଆରପି ଘଟଣାର ତଦନ୍ତ କରଥିବା ଜଣାପଡିଛି। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook