ମୁଖ୍ୟ ଖବର
ଭୁବନେଶ୍ୱର: 28ତମ ଏସିଆନ ଟେବୁଲ ଟେନିସ ଚମ୍ପିଆନସିପରେ ନିରାଶ ଭାରତ । ରବିବାର ଭାରତୀୟ ପୁରୁଷ ଦଳ ହଂକଂ ଠାରୁ 3-0ରେ ପରାଜିତ ହୋଇଛି । ଏଥିସହ ଭାରତର ପଦକ ଆଶା ଧୂଳିସାତ ହୋଇଛି ।ରବିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଭାରତ-ହଂକଂ ଏସିଆନ ଟେବୁଲ ଟେନିସ ଚମ୍ପିଆନସିପ ମ୍ୟାଚ ସମ୍ପୂର୍ଣ୍ଣ ଏକତରଫା ରହିଥିଲା । ପ୍ରଥମ ମ୍ୟାଚରେ ହଂକଂ ଖେଳାଳି ୱଙ୍ଗ ଚୁଙ୍ଗ ତିଙ୍ଗଙ୍କ ସହ ଭାରତର ମନୁଷ ଶାହା ଫାଇଟ କରିଥିଲେ । ପ୍ରଥମ ଦୁଇଟି ଗେମରେ ଶାହା ଯଥାକ୍ରମେ 11-5, 11-9ରେ ପଛୁଆ ରହିବା ପରେ ଅନ୍ତିମ ଗେମରେ ପ୍ରତ୍ୟାବର୍ତ୍ତନ ନେଇ ସଂଘର୍ଷ କରି 13-11ରେ ହାର ମାନିଥିଲେ । ଅନ୍ୟପଟେ ଭାରତର ଟପ ସିଡ୍ ମାନବ ଠକ୍କର ଓ ଚାନ ବାଲ୍ଡଓ୍ବନଙ୍କ ମଧ୍ୟରେ କଡା ଫାଇଟ ହୋଇଥିଲା । ଶେଷରେ ଚାନ 11-8, 11-8, 10-12, 9-11ଓ 9-11ରେ ଠକ୍କରଙ୍କୁ ହରାଇଥିଲେ ।ସେହିପରି ତୃତୀୟ ମ୍ୟାଚରେ ଲମା ସିଉ ହାଙ୍ଗକୁ ଜବରଦସ୍ତ ଟକ୍କର ଦେଇଥିଲେ ଅଙ୍କୁର ଭଟ୍ଟାଚାର୍ଜୀ । ହେଲେ 7-11, 11-9, 12.14 ପଏଣ୍ଟରେ ଆଗୁଆ ରହି ଚତୁର୍ଥ ସେଟକୁ ସହଜରେ ହଂକଂ ଖେଳାଳି ଜିତି ନେଇଥିଲେ । ପଞ୍ଚମ ସେଟ ପାଇଁ ଦମଦାର ଟକ୍କର ଦେଇଥିଲେ ମଧ୍ୟ ହଂକଂ ର ଖେଳାଳି 11-7 ରେ ଗେମକୁ ଜିତି ସେମିଫାଇନାଲରେ ପ୍ରବେଶ କରିଛି। ଏଥିସହ ଭାରତ ପୁରୁଷ ଦଳକୁ କ୍ୱାର୍ଟରରୁ ବିଦା ହେବାକୁ ପଡିଛି ।ଅନ୍ୟପଟେ ମହିଳା ବିଭାଗରେ ମଧ୍ୟ ଭାରତ କ୍ୱାର୍ଟର ଫାଇନାଲ ଖେଳିବ । ଥାଇଲାଣ୍ଡ୍- ଚାଇନିଜ ତାଇପେ ଏବଂ ମାଲେସିଆ- ସିଙ୍ଗଲପୁର ଖେଳିବେ ଫାଷ୍ଟ ଡିଭିଜନର ସେମିଫାଇନାଲ । ଫାଇନାଲରେ ବିଜେତାକୁ ଭାରତ କ୍ୱାର୍ଟରରେ ଭେଟିବାର କାର୍ଯ୍ୟକ୍ରମ ରହିଛି ।
Comments ସମସ୍ତ ମତାମତ