Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଏସୀୟ ଟେବୁଲ୍ ଟେନିସ ଟିମ୍ ଚମ୍ପିୟାନସିପ ପାଇଁ ଟ୍ରଫି ଅନାବରଣ

    Share on :
    ajab-Image
    Date: Oct 8, 2025    Views: 3419

    ଭୁବନେଶ୍ୱର : ଚଳିତ ମାସ ୧୧ ତାରିଖରୁ ୧୫ ପର୍ୟ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ହେବ ୨୮ତମ ଏସୀୟ ଟେବୁଲ୍ ଟେନିସ୍ ଟିମ୍ ଚାମ୍ପିଅନସିପ୍  । ଏନେଇ କଳିଙ୍ଗ ଷ୍ଟାଡିୟମର ଇଣ୍ଡୋର୍ ଆଥେଲେଟ୍ସିକ ସେଣ୍ଟରଠାରେ ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ୟ୍ୟବଂଶୀ ସୂରଜଙ୍କ ଦ୍ଵାର ଟ୍ରଫି ଅନାବରଣ ଓ ଟ୍ରଫି ଟୁର ବସର ଶୁଭ ଉଦ୍ଘାଟନ ହୋଇଛି । 

    ଆଗାମୀ ଦିନରେ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ କଟକ, ଭୁବନେଶ୍ୱର ଏବଂ ପୁରୀରେ ଟ୍ରଫି ପରିଭ୍ରମଣ କାର୍ୟ୍ୟକ୍ରମର ଆୟୋଜନ କରାଯିବ। ଯେଉଁଥିରେ ଟ୍ରଫି ଟୁର ବସ ଏବଂ ମାସ୍କଟ 'ଅଲି' ଶୋଭାଯାତ୍ରାରେ ସାମିଲ୍ ହୋଇ ଅନୁଷ୍ଠିତ ହେବାକୁ ଥିବା ଆଟିଟିଏଫ୍ - ଏଟିଟିୟୁ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିଅନସିପ୍ ସମ୍ପର୍କରେ ଜନସାଧରଣରେ ଅବଗତ କରାଇବେ। 
     ଏହି କାର୍ୟ୍ୟକ୍ରମରେ ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ୟ୍ୟବଂଶୀ ସୂରଜଙ୍କ ସମେତ, କ୍ରୀଡା ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ଡ଼. ୟେଦୁଲା ବିଜୟ , ଓଡ଼ିଶା ଟେବୁଲ୍ ଟେନିସ ସଂଘର ସଂଗଠନ ସମ୍ପାଦକ ରବିନ୍ଦ୍ର ପରିଡ଼ା ଏବଂ ଯୁଗ୍ମ ସଚିବ ଜୟଦିଥ ଦେବତା ପ୍ରମୁଖ ଯୋଗ ଦେଇଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook