Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୨୦୨୬ ଟ୍ୱେଣ୍ଟି-୨୦ ମହିଳା ବିଶ୍ୱକପ: ଜୁନ୍‍ ୧୪ରେ ଭାରତ-ପାକ୍‍ ଟ୍ୱେଣ୍ଟି୨୦ ମୁକାବିଲା

    Share on :
    ajab-Image
    Date: Jun 19, 2025    Views: 4010

    ଦୁବାଇ: ଆସନ୍ତାବର୍ଷ ଇଂଲଣ୍ଡ ଏବଂ ୱେଲସରେ ଆଇସିସି ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପର ୧୦ମ ସଂସ୍କରଣ ଖେଳାଯିବ । ଏହି ବିଶ୍ୱକପ ଜୁନ୍‍ ୧୨ରୁ ଆରମ୍ଭ ହୋଇ ଜୁଲାଇ ୫ପର୍ୟ୍ୟନ୍ତ ଚାଲିବ । ଏହି ୨୪ଦିନରେ ମୋଟ ୩୩ଟି ମ୍ୟାଚ୍‍ ଖେଳାଯିବ । ଇଂଲଣ୍ଡ ଓ ୱେଲସର ୬ଟି ଷ୍ଟାଡିୟମରେ ସମସ୍ତ ମ୍ୟାଚ୍‍ ଖେଳାଯିବ । ବୁଧବାର ମହିଳା ଟ୍ୱେଣ୍ଟି୨୦ ବିଶ୍ୱକପର ଖେଳସୂଚୀ ଆଇସିସି ଘୋଷଣା କରିଛି । ଜୁନ୍‍ ୧୨ରେ ଏଜବାଷ୍ଟନରେ ଆୟୋଜକ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଉଦଘାଟନ ମ୍ୟାଚ୍‍ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ମୋଟ ୧୨ଟି ଦେଶ ଭାଗନେବେ । ସେମାନଙ୍କୁ ୨ଟି ଗ୍ରୁପରେ ରଖାଯାଇଛି । ଅନ୍ୟାବଧି ୮ଟି ଦେଶ ବିଶ୍ୱକପ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିସାରିଛନ୍ତିି । ବାକି ୪ଟି ଦଳ ଯୋଗ୍ୟତା ପର୍ୟ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳି ବିଶ୍ୱକପରେ ସାମିଲ ହେବେ । ଭାରତୀୟ ମହିଳା ଦଳ ଜୁନ ୧୪ରେ ପାକିସ୍ତାନ ବିପକ୍ଷରେ ଏଜବାଷ୍ଟନରେ ଖେଳି ଅଭିଯାନ ଆରମ୍ଭ କରିବ । ଗତଥରର ଚମ୍ପିଆନ୍‍ ନ୍ୟୁଜିଲାଣ୍ଡ ଜୁନ୍‍ ୧୩ରେ ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଭେଟିବ । ଗ୍ରୁପ୍‍-୧ରେ ଭାରତ ସହ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ ୨ଟି ଯୋଗ୍ୟତା ଅର୍ଜନକାରୀ ଦଳ ରହିଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook