ଭୁବନେଶ୍ୱର: କଂଗ୍ରେସର ପୂର୍ବତନ ନେତା ସୁର ରାଉତରାୟ ନିଜ ଚିରାଚରିତ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଏଥର ସେ ପୂର୍ବତନ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ବହୁତ ପ୍ରଶଂସା କରିନ୍ତି। ସେ କହିଛନ୍ତି, ରାଜ୍ୟର ସବୁ ମନ୍ଦିର ଗୁଡିକୁ ପାଣ୍ଡିଆନ୍ ଏକଦମ୍ ଚିକ୍କଣ କରିଦେଇଛନ୍ତି। ଆମ ଏକାମ୍ରଟାକୁ ମଧ୍ୟ ସେହିଭଳି କରିବା ଆବଶ୍ୟକ। ପୁରୀ ମନ୍ଦିର ଦେଖି ମୁଁ ବିମୋହିତ ହୋଇଯାଇଛି। ସେଠାରେ ଅତି ଉଚ୍ଚକୋଟୀର କାମ ହୋଇଛି। ଲକ୍ଷ ଲକ୍ଷ ଲୋକ ମନ୍ଦିର ଚାରିପାଖ ବୁଲୁଛନ୍ତି। ଏଥିପାଇଁ ନବୀନ ଏବଂ ପାଣ୍ଡିଆଙ୍କୁ ଅଶେଷ ଧନ୍ୟବାଦ।
ସେହିପରି ଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଇଥିବା ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ରୁକୁ ସୁନାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଆମ ଇଷ୍ଟଦେବତାଙ୍କ ଅପମାନ ମୁଁ ବରଦାସ୍ତ କରିପାରିବି ନାହିଁ। ଆଗକୁ ଯଦି ସେ ପୁଣି ଏପରି କଲେ ମୁଁ ସେମାନଙ୍କୁ ଛାଡିବି ନାହିଁ।
ସୂଚନାଯୋଗ୍ୟ, ହ୍ୟୁମାନ ସାଗର ଏବଂ ରୁକୁ ସୁନାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରୁକୁ ସୁନା ଜଗନ୍ନାଥଙ୍କ ଭଜନକୁ ଅଶ୍ଳୀଳ ଭାବରେ ଗାଇବା ଶୁଣିବାକୁ ମିଳିଛି ଏବଂ ହ୍ୟୁମାନ ଏହା ଶୁଣି ହସି ହସି ଗଡିପଡୁଥିବାର ଦେଖିବାକୁ ମିଳିଛି। ତାଙ୍କ ପଛରୁ ମଧ୍ୟ ଅନେକ ଲୋକ ହସୁଥିବାର ଶୁଣାଯାଉଛି। ଉଭୟଙ୍କ ଏପରି କାର୍ୟ୍ୟ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି।
Comments ସମସ୍ତ ମତାମତ