Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଜମିହରାଙ୍କୁ ଜମି ଦେବେ ସରକାର

    Share on :
    ajab-Image
    Date: Nov 21, 2024    Views: 2644

    ଭୁବନେଶ୍ବର: ସଂଶୋଧନ ହେବ ଥଇଥାନ ଓ ପୁନର୍ବସତି ନୀତି । ନୂଆ ଥଇଥାନ ଓ ପୁନର୍ବସତି ନୀତି ଆଣିବେ ବିଜେପି ସରକାର । ୧୭ ବର୍ଷର ପୁରୁଣା ପଲିସିରେ ସଂଶୋଧନ ଆଣିବା ଲାଗି ପ୍ରସ୍ତାବ ଲୋଡିଛି ରାଜସ୍ୱ ବିଭାଗ । ନୂଆ ନୀତି ଅନୁସାରେ ଜମି ହରାଉଥିବା ଲୋକଙ୍କୁ ଜମି ଦେବାକୁ ବିଭାଗ ଚିନ୍ତା କରୁଛି । ବିଭିନ୍ନ ପ୍ରକଳ୍ପ ପାଇଁ ଜମି ହରାଉଥିବା ଲୋକଙ୍କୁ କ୍ଷତିପୂରଣ ଓ ଥଇଥାନ ପାଇଁ ୨୦୦୬ରେ ପଲିସି ଆଣିଥିଲେ ବିଜେଡି ସରକାର । ଏବେ ନୂଆ ଥଇଥାନ ଓ ପୁନର୍ବସତି ନୀତି ଆସିବା ନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ରାଜ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଉଚ୍ଛେଦ କାର୍ୟ୍ୟ ହେଉଛି । ଉଚ୍ଛେଦରେ ଜମି ହରାଉଥିବା ଲୋକଙ୍କୁ କ୍ଷତିପୂରଣ ଓ ଥଇଥାନ ପାଇଁ ୨୦୦୬ରେ ପଲିସି ଆଣିଥିଲେ ତତ୍କାଳୀନ ବିଜେଡି ସରକାର । ଏହାକୁ ଥଇଥାନ ଓ ପୁନର୍ବସତି ନୀତି ବୋଲି କୁହାଯାଏ । ୧୭ ବର୍ଷ ହେଲା ଏହି ପଲିସିରେ ସଂଶୋଧନ କିମ୍ବା ପରିବର୍ତ୍ତନ ହୋଇନାହିଁ । ତେଣୁ ଏହି ପଲିସିରେ ସଂଶୋଧନ ଆବଶ୍ୟକତା ରହିଛି । ଗତକାଲି ଉପବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଷ୍ଟାଣ୍ଡିଂ କମିଟି ବୈଠକରେ ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଛି ।"ତେବେ ପ୍ରାଥମିକ ଆଲୋଚନାରେ ରାଜସ୍ୱ, ଜଙ୍ଗଲ, ଜଳସେଚନ, ଜଳ ସମ୍ପଦ, ପୂର୍ତ୍ତ, ଶିଳ୍ପ ବିଭାଗର ଅଧିକାରୀ ସାମିଲ ହୋଇଥିଲେ । ଆଧୁନିକ ଥଇଥାନ ଓ ପୁନର୍ବସତି ନୀତି ଲାଗି ପ୍ରସ୍ତାବ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସାଧାରଣ ଲୋକଙ୍କୁ ମଧ୍ୟ ମତାମତ ଦେବାକୁ ନିବେଦନ କରିଛନ୍ତି ମନ୍ତ୍ରୀ । ଯେଉଁମାନେ ବାସଚ୍ୟୁତ ହେଉଛନ୍ତି, ସେମାନଙ୍କ କଷ୍ଟକୁ ମାପି ହେବନାହିଁ । ତେଣୁ ଏହାର ମୂଲ୍ୟାଙ୍କନ ନକରି ଆଧୁନିକ ଥଇଥାନ ଓ ପୁନର୍ବସତି ନୀତି କରିପାରିବା ଲାଗି ଚେଷ୍ଟା ହେଉଛି । ବିଶେଷ କରି ନୂଆ ନୀତିରେ ଜମି ହରାଉଥିବା ଲୋକଙ୍କୁ ଜମି ବଦଳରେ ଜମି ଦେବାକୁ ବିଭାଗ ଚିନ୍ତା କରୁଛି ।

    Maximum 500 characters

    ରାଜନୀତି View all

    Find Us on Facebook