Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଛାଡପତ୍ର ପରେ ମୁସଲିମ ମହିଳାଙ୍କୁ ମିଳିବ ଭରଣପୋଷଣ: ସୁପ୍ରିମକୋର୍ଟ

    Share on :
    ajab-Image
    Date: Jul 11, 2024    Views: 3822

    ନୂଆଦିଲ୍ଲୀ: ଛାଡ଼ପତ୍ର ପରେ ବି ଆଇନଗତ ଦୃଷ୍ଟିରୁ ସ୍ତ୍ରୀର ଭରଣ ପୋଷଣ ଦାୟିତ୍ୱ ନେବାକୁ ସ୍ୱାମୀ ବାଧ୍ୟ। ରକ୍ଷଣାବେକ୍ଷଣ କ୍ଷେତ୍ରରେ ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଏକ ମାମଲାର ଶୁଣାଣି କରି କହିଛନ୍ତି। ମୁସଲିମ ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ ଏଭଳି ରାୟ ଶୁଣାଇଛନ୍ତି।

    ସୂଚନା ଅନୁସାରେ, ତେଲାଙ୍ଗାନାର ଜଣେ ମୁସଲିମ ମହିଳା ଓ ତାଙ୍କ ସ୍ୱାମୀ ମହମ୍ମଦ ଅବଦୁଲ ମସାଦଙ୍କ ମଧ୍ୟରେ ୨୦୧୭ରେ ଛାଡ଼ପତ୍ର ହୋଇଥିଲା। ମହିଳା ଜଣକ ଉକ୍ସଚଉର ଧାରା ୧୨୫ଅନୁଯାୟୀ ସ୍ୱାମୀଙ୍କଠୁ ଭରଣ ପୋଷଣ ପାଇଁ ଦାବି କରିଥିଲେ। ତେବେ ଜଷ୍ଟିସ ବିଭି ନାଗାରତ୍ନ ଓ ଜଷ୍ଟିସ ଅଗସ୍ତିନ ଗର୍ଗ ମାସିହ ଏହାର ଶୁଣାଣି କରିଥିଲେ। ଉକ୍ସଚଉର ଧାରା ୧୨୫ ଅନୁସାରେ ଛାଡ଼ପତ୍ର ପରେ ବି ସ୍ୱାମୀ, ସ୍ତ୍ରୀର ଭରଣ ପୋଷଣ ଦାୟିତ୍ୱ ନେବାକୁ ବାଧ୍ୟ। ଏଥିସହିତ ସ୍ତ୍ରୀକୁ ମାସିକ ୨୦ହଜାର ଟଙ୍କାର ଭରଣ ପୋଷଣ ଦେବାକୁ ଅବଦୁଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

    Maximum 500 characters

    ବିଶେଷ View all

    Find Us on Facebook