ମୁଖ୍ୟ ଖବର
ଭୁବନେଶ୍ୱର: ବୁଧବାର ବିଜେଡିରୁ ଇସ୍ତଫା । ଆଉ ଗୁରୁବାର କଂଗ୍ରେସରେ ଯୋଗଦାନ । କଂଗ୍ରେସକୁ ଫେରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ । ୨୦୧୯ରେ ସୁନୀତା ବିଶ୍ୱାଳ ବିଜେଡି ଟିକେଟରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରୁ ଲଢ଼ିଥିଲେ । ତେବେ ବୁଧବାର ସେ ବିଜେଡିରୁ ଇସ୍ତଫା ଦେଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ ସୁନୀତା ବିଶ୍ୱାଳ ୨୦୧୯ ସାଧାରଣ ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଏହାପରେ ୨୦୧୯ ନିର୍ବାଚନରେ ସୁନ୍ଦରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ । କିନ୍ତୁ ବିଜେପିର ଜୁଏଲ୍ ଓରାମଙ୍କ ଠାରୁ ପରାସ୍ତ ହୋଇଥିଲେ ।
Comments ସମସ୍ତ ମତାମତ