Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସାବତ ଝିଅ ପରି ବ୍ୟବହାର କଲା ବିଜେଡି: ସୁନୀତା

    Share on :
    ajab-Image
    Date: Jul 10, 2025    Views: 2761

    ଭୁବନେଶ୍ୱର:ବୁଧବାର ବିଜେଡିରୁ ଇସ୍ତଫା । ଆଉ ଗୁରୁବାର କଂଗ୍ରେସରେ ଯୋଗଦାନ । କଂଗ୍ରେସକୁ ଫେରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ । ତେବେ କଂଗ୍ରେସରେ ମିଶୁ ମିଶୁ ବିଜେଡିର ପୋଲ ଖୋଲିଛନ୍ତି ସୁନୀତା ।
    ସେ କହିଛନ୍ତି ଯେ ନବୀନ ବାବୁ ମୋତେ ଡାକିକି ବିଜେଡିରେ ମିଶାଇଥିଲେ ।  ପରବର୍ତ୍ତୀ ଅବସ୍ଥାରେ ବିଜେଡି ମୋତେ ସାବତ ଝିଅ ପରି ବ୍ୟବହାର କଲା । କେବଳ ଲୋକ ଯୋଗାଡ଼ କରିବାକୁ ବ୍ୟବହାର କରାଗଲା । ପୋଷ୍ଟର ମାରିବାକୁ ବି ମୋତେ ଅନୁମତି ନେବାକୁ କୁହାଗଲା ।  ଗୁରୁତ୍ୱ ଦେଲେନି । ଅଲୋଡ଼ା ଅନୁଭବ କରି ମୁଁ ବିଜେଡି ଛାଡ଼ିଲି ବୋଲି ସୁନୀତା କହିଛନ୍ତି ।
    ପ୍ରକାଶ ଯେ  ୨୦୧୯ରେ ସୁନୀତା ବିଶ୍ୱାଳ ବିଜେଡି ଟିକେଟରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରୁ ଲଢ଼ିଥିଲେ । ତେବେ ବୁଧବାର ସେ ବିଜେଡିରୁ ଇସ୍ତଫା ଦେଇଥିଲେ ।ସୁନୀତା ବିଶ୍ୱାଳ ୨୦୧୯ ସାଧାରଣ ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଏହାପରେ ୨୦୧୯ ନିର୍ବାଚନରେ ସୁନ୍ଦରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ । କିନ୍ତୁ ବିଜେପିର ଜୁଏଲ୍ ଓରାମଙ୍କ ଠାରୁ ପରାସ୍ତ ହୋଇଥିଲେ ।

    Maximum 500 characters

    ତାଜା ଖବର View all

    Find Us on Facebook