Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଯଦି ଯାଜପୁରକୁ ୩ ପରିବାର ଲୁଟିଛନ୍ତି ମୁଖ୍ୟମନ୍ତ୍ରୀ ତଥ୍ୟ ସହକାରେ ଉପସ୍ଥାପିତ କରନ୍ତୁ:ସୁଲତା

    Share on :
    ajab-Image
    Date: Sep 30, 2024    Views: 3138

    ଭୁବନେଶ୍ୱର: ଦୀର୍ଘ ୨୪ ବର୍ଷ ଶାସନ କରି ବିଜେଡି ସରକାର ବିକାଶ ନୁହେଁ ବିନାଶ କରିଛି ।ଯାଜପୁର  ଜିଲ୍ଲାରେ ଏତେ ଖଣିଖାଦାନ ଥିବାବେଳେ ନଗଡ଼ାରେ ଯେଭଳି ଅପପୃଷ୍ଟି ଯୋଗୁ ୧୫ ନିରୀହ ଶିଶୁ ମୃତ୍ୟୁ ବରଣ କଲେ ସେଥିପାଇଁ ବିଗତ ସରକାର ଦାୟୀ" ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଖୁବଶୀଘ୍ର ନଗଡାକୁ ଯିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଭଳି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଗତକାଲି ଯାଜପୁର ଗସ୍ତାବେଳେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ୨୪ ବର୍ଷର ବିଜେଡି ସରକାରକୁ ଏହି କାର୍ୟ୍ୟକ୍ରମରେ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ୩ଟି ପରିବାରକୁ ଟାର୍ଗେଟ କରି ମୋହନ । ଏହି ପରିବାର ବିରୁଦ୍ଧରେ ଭୋଟ ଦେଇ ଉଚିତ ଜବାବ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।  ସେପଟେ ଏହାକୁ କାଉଣ୍ଟର କରି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, "ଜାତୀୟ ହାରରେ ଓଡି଼ଶା ବଳକା ଖାଦ୍ୟ ରାଜ୍ୟରେ ପରିଣତ ହୋଇଛି। ୨୦୧୬ମସିହାରେ ନଗଡାରେ ୩୩୫ଟି ପରିବାର ରହୁଥିବା ବେଳେ ଏବେ ସେଠାରେ ୬୮୭ଟି ପରିବାର ରହୁଛନ୍ତି । ନଗଡାରେ ୨୦୧୬ ମସିହାରେ ୪୪ ଜଣ ପିଲାଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଥିବାବେଳେ ଏବେ ସେଥିରେ ପରିବର୍ତ୍ତନ ହୋଇଛି । ମାଇନର ସ୍କୁଲ ପ୍ରତିଷ୍ଠା ହୋଇଛି। ବିକାଶ ପାଇଁ ଜଙ୍ଗଲ ଅନୁମତିର ଆବଶ୍ୟକତା ରହିଛି । ରାଜ୍ୟ ସରକାର କେନ୍ଦ୍ରରୁ ଏହି ଅନୁମତି ଆଣନ୍ତୁ । ମେଡିକାଲ ଟିମ ଯାଇପାରୁନଥିଲା। ଏବେ ସପ୍ତାହକୁ ୨ ଥର ଟିମ ଯାଉଛି । ଆଦିବାସୀ ମୁଖ୍ୟମନ୍ତ୍ରୀ ହିସାବରେ ସେ ବିକାଶ କରନ୍ତୁ । ଯଦି ଯାଜପୁରକୁ ୩ ପରିବାର ଲୁଟିଛନ୍ତି ମୁଖ୍ୟମନ୍ତ୍ରୀ ତଥ୍ୟ ସହକାରେ ଉପସ୍ଥାପିତ କରନ୍ତୁ ।"

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook