ମୁଖ୍ୟ ଖବର
କେନ୍ଦୁଝର: ହତାସ ପ୍ରେମିକର ଉନ୍ମକ୍ତ କାଣ୍ଡ। ହତାସ ପ୍ରେମିକର ମନେ ପଡିଲା ଅଶି ଦଶକରେ ଶୋଲେ ସିନେମାର କଥା। ପ୍ରେମିକାକୁ ପାଇବା ପାଇଁ କେନ୍ଦୁଝର ଟାଉନ ଥାନା ଜୁଡ଼ିଆ ଘାଟି ନିକଟ ଏକ ନୂତନ ନିର୍ମାଣଧିନ ଏକ ବିଦ୍ୟୁତ ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ ଦେଇଛି। ପ୍ରେମିକ ଜଣକ ସାହାରପଡ଼ା ଅଞ୍ଚଳର ହୋଇଥିବା ବେଳେ ପ୍ରେମିକା ଜଣକ ବାଂଶପାଳ ବ୍ଳକର ଯାତ୍ରା ଅଞ୍ଚଳରକ୍ଷ ଆଜି ସକାଳେ ଯୁବକ ଜଣକ ଆସି ବିଦ୍ୟୁତ ଖୁଣ୍ଟରେ ଚଢି ସେ ପ୍ରେମିକା ତା ସହ କଥା ନ ହେଲେ ଆତ୍ମହତ୍ୟା କରିଦେବାକୁ ଧମକ ଦେଇଥିଲେ। ଖବର ପାଇ ପୁଲିସ ଓ ଆଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଯୁବତୀ ଓ ଘର ଲୋକଙ୍କ ସହ ମୋବାଇଲରେ କଥା କରାଇଥା ପରେ ଯୁବକ ତଳକୁ ଓହ୍ଲାଇଥିଲେଓ ପୁଲିସ ଯୁବକଙ୍କୁ ଥାନାକୁ ନେଇ ଅଧିକ ପଚରାଉଚରା କରୁଛି।
Comments ସମସ୍ତ ମତାମତ