Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କେବେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା

    Share on :
    ajab-Image
    Date: Jul 27, 2024    Views: 3026

    ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।ବଜେଟରେ ସୁଭଦ୍ରା ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ଟଙ୍କା ବ୍ୟୟବରାଦ କରିବା ପରେ ମହିଳାଙ୍କ ମନରେ ଖୁସିର ଲହର । ତେବେ କେବେଠାରୁ ଆରମ୍ଭ ହେବ ଏହି ସୁଭଦ୍ରା ଯୋଜନା ? କେଉଁମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ? କାହାକୁ ମିଳିବ ଯୋଜନା ? ଏଭଳି ଅନେକ ପ୍ରଶ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏନେଇ ସମସ୍ତ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
    ତେବେ ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ସୁଭଦ୍ରା ଯୋଜନା ପାଇଁ ଏସଓପି  ଚାଲିଛି । ଅଗଷ୍ଟ ୧୫ ସୁଦ୍ଧା ସମସ୍ତ ଏସଓପି ପ୍ରସ୍ତୁତ କରାଯିବ । ମହିଳାମାନଙ୍କୁ ସ୍ୱାବଲମ୍ବୀ ଏବଂ ସମୃଦ୍ଧ କରିବାକୁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ । ବିଜେପିର ଫ୍ଲାଗସିପ ଯୋଜନା ସୁଭଦ୍ରା । ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଯୋଗାଇଦେବେ ରାଜ୍ୟ ସରକାର । କେବେଠାରୁ ଆବେଦନ କରାଯିବ ଏବଂ କେଉଁମାନେ ଆବେଦନ କରିବେ ଖୁବଶୀଘ୍ର ତାହା ସ୍ପଷ୍ଟ ହୋଇଯିବ ।"
    ବର୍ତ୍ତମାନ ସୁଦ୍ଧା ‘ସୁଭଦ୍ରା’ ଯୋଜନାରେ ଆବେଦନ କରିବା ଲାଗି ସରକାରଙ୍କ ପକ୍ଷରୁ କୌଣସି ଫର୍ମ ଜାରି କରାଯାଇ ନାହଁ । ଏହି ଯୋଜନାକୁ ନେଇ ଔପଚାରିକ ଭାବେ ମଧ୍ୟ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇନାହିଁ । ତେବେ କେମିତି ଦେବେ କାହାକୁ ଦେବେ, ହିତାଧିକାରୀ ଚୟନର ମାନଦଣ୍ଡ କ'ଣ ରହିବ ସେ ନେଇ ତର୍ଜମା ଚାଲିଛି । ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଏହି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଉ ଅଛି ଯେ ସୁଭଦ୍ରା ଯୋଜନା ନେଇ କୌଣସି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ପ୍ରସ୍ତୁତ ହେଲେ ଯୋଜନା ବିଷୟରେ ଜଣାଇ ଦିଆଯିବ।"
    ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ଏ ହେଉଛି ଲୋକଙ୍କ ସରକାର । ଲୋକଙ୍କ ମତ ନିଆଯିବ । ବିଜେପିର ସଂକଳ୍ପ ପତ୍ରରେ ଯାହା ଥିଲା, ଲୋକ କ'ଣ ଚାହୁଁଛନ୍ତି । କ'ଣ କଲେ ସାଧାରଣ ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହୋଇପାରିବେ । ଏନେଇ ଲୋକ ଯାହା ମତ ଦେବେ ବୁଦ୍ଧିଜୀବୀମାନେ, ମହିଳାଙ୍କ ଉତ୍ଥାନ ପାଇଁ କାର୍ୟ୍ୟ କରୁଥିବା ଅନେକ ଅନୁଷ୍ଠାନ ସହ ସରକାର ଆଲୋଚନା କରିବେ । ଯାହା କିଛି ଫିଡ୍‌ବ୍ୟାକ ଆସିବ ତାହା ହିଁ ଏସଓପି ଭାବରେ ଲୋକଙ୍କ ପାଖକୁ ଯିବ ।
    "ଅଗଷ୍ଟ ୧୫ ତାରିଖ ପର୍ୟ୍ୟନ୍ତ ଅପେକ୍ଷା କରନ୍ତୁ । ମୋଡାଲିଟି ଫାଇନାଲ ହୋଇଯିବ । ସରକାର ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଜଣାଇଦେବେ ଯେ, ଲୋକମାନେ କେଉଁ ମାଧ୍ୟମରେ ଅର୍ଥରାଶି ପାଇପାରିବେ । ତେଣୁ ଅଯଥା ଅନ୍ୟ କଥାରେ ନଯାଇ, ଭ୍ରମିତ ନହୋଇ ଅପେକ୍ଷା କରନ୍ତୁ । ଅଗଷ୍ଟ ୧୫ ତାରିଖ ପର୍ୟ୍ୟନ୍ତ ସରକାରଙ୍କ ମତକୁ ଅପେକ୍ଷା କରନ୍ତୁ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook