Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ

    Share on :
    ajab-Image
    Date: Jan 21, 2025    Views: 3329

    ବରଗଡ଼:ଧନୁଯାତ୍ରା  ଦେଖିବାକୁ ଆସି ନିଖୋଜ ଯୁବତୀ ମୁମୂର୍ଷୁ  ଅବସ୍ଥାରେ ଉଦ୍ଧାର ଘଟଣାର ସପ୍ତାହେ ପରେ  ପୁଲିସ୍‌ ସୋମବାର ୩ ଅଭିଯୁକ୍ତଙ୍କୁ ଗିରଫ  କରିଛି । ସେମାନେ ହେଲେ ବିଜେପୁର ବ୍ଲକ  ପୁଟୁକାର ସର୍ଜନ ଡନସେନା (୩୬), ପ୍ରହଲ୍ଲାଦ  ଦାଶ (୩୩) ଏବଂ ଜଗଦଲପୁର ଥାନା ଅନ୍ତର୍ଗତ  ଧୂମାଭଟାର ଜୟକୃଷ୍ଣ ଡନସେନା (୪୦) । ଏବେ  ବି ମୁଖ୍ୟ ଅଭିଯୁକ୍ତ ଫେରାର ଅଛି । ଯୁବତୀ  ନିଖୋଜ ଘଟଣାର ୯ଦିନ ପରେ ବି ପୁଲିସ୍‌ ମୁଖ୍ୟ  ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି ।  ଏହାର ପ୍ରତିବାଦରେ ମଙ୍ଗଳବାର ୧୨ ଘଣ୍ଟିଆ  ବରଗଡ଼ ବନ୍ଦ ଡାକରା ଦିଆଯାଇଛି । ବିଜେଡି,  ବ୍ୟବସାୟୀ ସଂଘ, ବିଭିନ୍ନ ସାମାଜିକ ସଙ୍ଗଠନ  ସମେତ ୩୦ ରାଜନୈତିକ ଓ ଅଣରାଜନୈତିକ  ସଙ୍ଗଠନ ଏହାକୁ ସମର୍ଥନ ଜଣାଇଛନ୍ତି । ସକାଳୁ ସହର ବିଭିନ୍ନ ଛକରେ ବନ୍ଦ ପାଳନ ହେଉଥିବାର ଦେଖିବାକୁ ମିଳିଛି। ବିଭିିନ୍ନ ସଂଗଠନ ପକ୍ଷରୁ ପିକେଟିଂ ସହ ରାସ୍ତାରୋକ କରୁଛନ୍ତି। ଅତ୍ୟାବଶ୍ୟକ ସେବା ଓ ଜରୁରୀ କାଳୀନ ସେବାକୁ ବାଦ ଦେଇ ବିଭିନ୍ନ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ କାର୍ୟ୍ୟାଳୟ ସକାଳ ୬ ଟା ରୁ ସନ୍ଧ୍ୟା ୫ ଟା ପର୍ୟ୍ୟନ୍ତ ବନ୍ଦ ରହିବ ।

    ବରଗଡ଼ ଧନୁଯାତ୍ରା ଦେଖିବାକୁ  ଆସିଥିବା ବେଳେ ଗତ ୧୨ ତାରିଖରେ  ଯୁବତୀ ଜଣକ ନିଖୋଜ ହୋଇଯାଇଥିଲେ ।  ନିଖୋଜର ୩୬ ଘଣ୍ଟା ପରେ ୧୪ ତାରିଖରେ  କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ  ତାଙ୍କୁ ଉଦ୍ଧାର କରାଯାଇଥିଲା । ନିଖୋଜ  ଦିନ ପରିବାର ଲୋକେ ଥାନାରେ ଏତଲା  ଦେଇଥିଲେ । ଯୁବତୀ ଉଦ୍ଧାର ପରେ ଦୁଷ୍କର୍ମ  ପରେ ହତ୍ୟା ଉଦ୍ୟମ ହୋଇଥିବା ନେଇ  ଅଭିଯୋଗ କରିଥିଲେ । ଘଟଣାକୁ ନେଇ ତୀବ୍ର  ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବରଡ଼ୋଳ ଛକରେ ଗ୍ରାମବାସୀଙ୍କ ରାସ୍ତାରୋକ କରିଥିଲା । ୪୮ ଘଣ୍ଟା  ମଧ୍ୟରେ ସମସ୍ତ ଅଭିଯୁକ୍ତ ଗିରଫ ହେବେ ବୋଲି  ପୁଲିସ୍‌ ପ୍ରତିଶ୍ରୁତି ଦେଇଥିଲା । ଏଥିରେ ବିଫଳ  ହେବା ପରେ ଶନିବାର ସର୍ବଦଳୀୟ ବୈଠକରେ ବରଗଡ଼ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook