Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ

    Share on :
    ajab-Image
    Date: May 19, 2025    Views: 2876

    ଲକ୍ଷ୍ନୌ : ଆଇପିଏଲ୍‌ର ୬୧ତମ ଲିଗ୍‌ ମୁକାବିଲାରେ ଘରୋଇ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଓ  ସନ୍‌ରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ।  ସନ୍‌ରାଇଜର୍ସ ପ୍ଲେ-ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିସାରିଛି । ତେଣୁ  ଦଳ କେବଳ ପଏଣ୍ଟ ତାଲିକାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦେବ । ମାତ୍ର ସୁପରଜାଏଣ୍ଟ୍‌ସ ପାଇଁ ଏହି ମ୍ୟାଚ୍‌ ‘କର ବା ମର’  ସଦୃଶ ରହିଛି । ସନ୍‌ରାଇଜର୍ସଠୁ ହାରିଲେ ଦଳର ପ୍ଲେ-ଅଫ୍‌ ଆଶା ଧୂଳିସାତ୍‌ ହୋଇଯିବ । ଫଳରେ ଆଜି ସୁପରଜାଏଣ୍ଟ୍‌ସ  ବିଜୟ ପାଇଁ ସବୁ ଶକ୍ତି ଖଟାଇବ । 

    ସୁପରଜାଏଣ୍ଟ୍‌ସ ୧୧ଟି ମ୍ୟାଚ୍‌ ଖେଳି ୧୦ ପଏଣ୍ଟ ସହ ସପ୍ତମ  ସ୍ଥାନରେ ରହିଛି । ଦଳର ଆଉ ୩ଟି ମ୍ୟାଚ୍‌ ବାକି ଅଛି । ପ୍ଲେ-ଅଫ୍‌ ଦୌଡ଼ରେ ରହିବାକୁ ହେଲେ ସବୁ ମ୍ୟାଚ୍‌ ଜିତିବାକୁ ପଡ଼ିବ । ଶେଷ  ୩ଟି ମ୍ୟାଚ୍‌ ଜିତିଲେ ମଧ୍ୟ ଅନ୍ୟ ଦଳର ପ୍ରଦର୍ଶନ ଉପରେ ଦଳର  ଭାଗ୍ୟ ନିର୍ଭର କରିବ । ଅନ୍ୟ ପଟରେ ସନ୍‌ରାଇଜର୍ସ ୧୧ଟି ମ୍ୟାଚ୍‌ରୁ  ୭ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହିଛି । 

    ଷ୍ଟାର୍‌ ବ୍ୟାଟର ଓ ବୋଲିଂ ବିଭାଗର ନୈରାଶ୍ୟଜନକ  ପ୍ରଦର୍ଶନ ପାଇଁ ସୁପରଜାଏଣ୍ଟ୍‌ସ ବିଦାୟ ଦ୍ୱାରରେ ରହିଛି ।  ଅଧିନାୟକ ରିଷଭ ପନ୍ତ ଓ ଡେଭିଡ୍‌ ମିଲର ସଂଘର୍ଷ କରୁଛନ୍ତି । ଆଜି ଉଭୟଙ୍କୁ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ । ନଚେତ  ଦଳର ଆଶା ଧୂଳିସାତ୍‌ ହୋଇଯିବ । ଯୁବ ବ୍ୟାଟର ଆୟୂଷ  ବାଦୋନି ଓ ଅବଦୁଲ ସମଦ ସନ୍‌ରାଇଜର୍ସ ବୋଲିଂ ବିଭାଗ  ପାଇଁ ଆହ୍ୱାନପୂର୍ଣ୍ଣ ହୋଇପାରନ୍ତି । ପେସ୍‌ ବୋଲର ମୟଙ୍କ ଯାଦବ  ଆହତ ହୋଇ ବାଦ୍‌ ପଡ଼ିଛନ୍ତି । 

    ସନ୍‌ରାଇଜର୍ସକୁ ହରାଇବାକୁ  ହେଲେ ବୋଲିଂ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ସନ୍‌ରାଇଜର୍ସ ଦୁର୍ଦ୍ଧର୍ଷ ବ୍ୟାଟିଂକୁ  ଗୁରୁତ୍ୱ ଦେଇ ବିଫଳ ହୋଇଛି । ଆଜି ଟ୍ରେଭିସ୍‌ ହେଡ୍‌  ଖେଳିବେନି । ସେ କରୋନା ଭାଇରସ୍‌ରେ  ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।  ଫଳରେ ଅଭିଷେକ ଶର୍ମାଙ୍କ ସହ  ଈଶାନ କିଷନ ଓପନ କରିବେ । ସଚିନ ବେବି କିମ୍ବା ହର୍ଷ ଦୁବେ ୩ନଂ ସ୍ଥାନରେ ବ୍ୟାଟିଂ କରିବା ସମ୍ଭାବନା ରହିଛି । ଆଜି ଅଭିଷେକଙ୍କ ସମେତ ପେସ୍‌ ବୋଲର ପ୍ୟାଟ କମିନ୍ସଙ୍କ ଉପରେ ସମସ୍ତଙ୍କ ନଜର  ରହିବ । ଏକାନ୍ନା ଷ୍ଟାଡିୟମର ପିଚ୍‌ ବ୍ୟାଟରଙ୍କୁ ସୁହାଉଛି ।  ଆଜି ମଧ୍ୟ ବଡ଼ ସ୍କୋର ହେବା ଆଶା କରାଯାଉଛି ।

    Maximum 500 characters

    ଖେଳ ଖବର View all

    Find Us on Facebook