Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଦକ୍ଷିଣ ଆଫ୍ରିକା ବିଶ୍ଵ ଟେଷ୍ଟ ଚମ୍ପିଆନ

    Share on :
    ajab-Image
    Date: Jun 14, 2025    Views: 4695

     ବିଶ୍ଵ ଟେଷ୍ଟ ଚମ୍ପିଆନ ହୋଇଛି ଦକ୍ଷିଣ ଆଫ୍ରିକା। ବିଶ୍ଵ ଟେଷ୍ଟ ଚମ୍ପିଆନଶିପ(ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୫ ଉଇକେଟରେ ହରାଇ ଏହି ଆଇସିସି ଟ୍ରଫି ହାସଲ କରିଛି। ଦୀର୍ଘ ୨୭ ବର୍ଷ ପରେ ଦଳ ଡବ୍ଲ୍ୟୁଟିସି ଜିତି ଇତିହାସ ରଚିଛି। ଦଳର ଏହି ବିଜୟ ପଛରେ ଏଡେନ ମର୍କରମଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ସେ ୧୩୬ ରନ କରି ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ।
    ଅଷ୍ଟ୍ରେଲିଆର ଲର୍ଡ୍ସ ପଡ଼ିଆରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୧୨ ରନ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୩୮ ରନ କରିଥିଲା। ୨ୟ ପାଳିରେ ଅଷ୍ଟ୍ରେଲିଆ ୨୦୭ ରନ କରିବା ସହିତ ଦକ୍ଷିଣ ଆଫ୍ରିକାକୁ ୨୮୨ ରନର ବିଜୟଲକ୍ଷ୍ୟ ଦେଇଥିଲା। ଏହି ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୫ ଉଇକେଟ ହରାଇ ସଂଗ୍ରହ କରିନେଇଥିଲା। ୧୯୯୮ରେ ଦକ୍ଷିଣ ଆଫ୍ରିକା ଶେଷ ଥର ଲାଗି ଏକମାତ୍ର ଦଳ ଭାବେ ଏହି ଟ୍ରଫି ଜିତିଥିଲା।

    Maximum 500 characters

    ଖେଳ ଖବର View all

    Find Us on Facebook