Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସୌମ୍ୟ ହତ୍ୟା ଘଟଣା ; NHRCରେ ହାଜର ହେଲେ ସୌମ୍ୟଙ୍କ ବାନ୍ଧବୀ

    Share on :
    ajab-Image
    Date: Jun 4, 2026    Views: 2710

    ଭୁବନେଶ୍ୱର : ବହୁ ଚର୍ଚ୍ଚିିତ ସୌମ୍ୟ ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଗୁରୁବାର ଚତୁର୍ଥ ଦିନରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ରେ ଚାଲିଛି ମାରାଥନ୍ ଜେରା।ଏନଏଚଆରସି ହାଜର ହୋଇଛନ୍ତି ସୌମ୍ୟଙ୍କ ବାନ୍ଧବୀ। କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀ ମଧ୍ୟ ହାଜର ହୋଇଛନ୍ତି।ସୂଚନାନୁଯାୟୀ, ପୂର୍ବରୁ ବାଲିଅନ୍ତା ଥାନାର ତତ୍କାଳୀନ ଆଇଆଇସି ଅନିଲ ପରିଡାଙ୍କୁ ମଧ୍ୟ ଜେରା କରାଯାଉଛି। ହାଜର ହୋଇଛନ୍ତି ଜୋନ୍ -୪ ଏସିପି ଅଭିମନ୍ୟୁ ନାୟକ। ପୂର୍ବରୁ ସୌମ୍ୟଙ୍କ ସାଙ୍ଗ ଓ ଅନ୍ୟମାନଙ୍କ ବୟାନ ରେକର୍ଡ କରିଛି ଏନଏଚଆରସି। ଗତକାଲି ବହୁ ଚର୍ଚ୍ଚିତ ରାଜଧାନୀ ଉପକଣ୍ଠ ବାଲିଅନ୍ତା ସଙ୍ଗବଦ୍ଧ ହତ୍ୟା ଘଟଣାରେ ମୃତ ସୌମ୍ୟଙ୍କ ବନ୍ଧୁ ଓମ୍ ଓ ଯୁବତୀଙ୍କୁ ଜେରା। ଉଭୟ ଗତକାଲି ଜାତୀୟ ମାନବାଧିକାର ଆୟୋଗ ନିକଟରେ ଜେରା ପାଇଁ ପହଞ୍ଚିଥିଲେ।

    ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାର ତଦନ୍ତ ଜାତୀୟ ମାନବାଧିକାର ଆୟୋଗ କରୁଛି। ଘଟଣାରେ ମୂଳ କାରଣ କୁହାଯାଉଥିବା ଯୁବତୀ ଜେରା ପାଇଁ ହଜାର ହୋଇଛନ୍ତି। ସେହିପରି ଘଟଣାରେ ସୌମ୍ୟଙ୍କ ସହ ଉପସ୍ଥିତ ଥିବା ବନ୍ଧୁ ଓମ ମଧ୍ୟ ହାଜର ହୋଇଛନ୍ତି। ଘଟଣା ଦିନ ଓମ ସୌମ୍ୟଙ୍କ ସହ ବାଇକରେ ଯାଉଥିଲେ। ସମ୍ପୂର୍ଣ୍ଣ ଘଟଣା ତାଙ୍କ ଆଖି ସାମ୍ନାରେ ଘଟିଛି। ସେହିପରି ସ୍ଥାନୀୟ ବାସିନ୍ଦାଙ୍କ ଦାବି ଓ ଅଭିଯୋଗ ଅନୁସାରେ ଯେଉଁ ଯୁବତୀଙ୍କୁ ଅସଦାଚରଣ ପାଇଁ ଏତେ ବଡ଼ ଅମାନବୀୟ ଘଟଣା ଘଟିଛି ସମ୍ପୃକ୍ତ ଯୁବତୀ ମଧ୍ୟ ହାଜର ହୋଇଥିଲେ।

    Maximum 500 characters

    ତାଜା ଖବର View all

    Find Us on Facebook