Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବୌଦ୍ଧ ବିଧାୟକଙ୍କ ନାମରେ ଗିରଫ ପରୱାନା

    Share on :
    ajab-Image
    Date: Sep 27, 2026    Views: 2410

     ବୌଦ୍ଧ: ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ ନାମରେ ସ୍ଥାନୀୟ ଅଦାଲତ ଗିରଫ ପରୱାନା ଜାରି କରିଛନ୍ତି । ୨୦୨୪ରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ବାଚନରେ ମିଥ୍ୟ ସତ୍ୟପାଠ ଦାଖଲ ନେଇ ବୌଦ୍ଧର ପୂର୍ବତନ ବିଧାୟକ ପ୍ରଦୀପ କୁମାର ଅମାତ ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ଏକ ମାମଲା ଦାୟର କରିଥିଲେ । ଅଦାଲତ ଉକ୍ତ ମାମଲା ବିଚାରକୁ ନେଇ କେଶ (ନଂ. ୧ ସିସି ୦୨/୨୦୨୫) ପଞ୍ଜୀକରଣ କରିଥିଲେ । ଉକ୍ତ ମାମଲାରେ ବିଧାୟକ ଶ୍ରୀ ପ୍ରଧାନଙ୍କୁ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବା ପାଇଁ ନୋଟିସ ହୋଇଥିଲା । ଅଦାଲତଙ୍କ ଏହି ଆଦେଶକୁ ଭିତ୍ତିକରି ବିଧାୟକ ଶ୍ରୀ ପ୍ରଧାନ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
    ହାଇକୋର୍ଟ ତାଙ୍କୁ ୧୨ସପ୍ତାହର ମହଲତ ଦେଇଥିଲେ । ୧୨ ସପ୍ତାହ ସମୟସୀମା ସାରିବା ପରେ ମଧ୍ୟ ବିଧାୟକ ଶ୍ରୀ ପ୍ରଧାନ ଏସ୍ଡିଜେଏମଙ୍କ ଅଦାଲତରେ ବାରମ୍ୱାର ସମୟ ନେଇ ହାଜର ହୋଇ ନ ଥିଲେ । ତେଣୁ ଅଦାଲତ ଗତ ୨୫ ତାରିଖରେ ତାଙ୍କ ବିପକ୍ଷରେ ଗିରଫ ପରୱାନା ଜାରି କରିଛନ୍ତି । ପୂର୍ବତନ ବିଧାୟକ ଶ୍ରୀ ଅମାତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ସାହୁ ମାମଲା ପରିଚାଳନା କରୁଥିଲେ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook