ମୁଖ୍ୟ ଖବର
ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତୁ୍ୟ ମାମଲାରେ ବାରମ୍ବାର ବାରମ୍ବାର ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହି ଆସୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଟାର୍ଗେଟ କରିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ସୋନା ମହାପାତ୍ର । କଙ୍ଗନାଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ସୋନା ।
ସୋନା କହିଛନ୍ତି, ଦିନ ଥିଲା ମୁଁ କଙ୍ଗନାଙ୍କୁ ସମର୍ଥନ କରୁଥିଲି, ସେ ସଫଳତା ପାଇବା ପୂର୍ବରୁ ବି ତାଙ୍କ ସମର୍ଥନରେ ଠିଆ ହୋଇଥିଲି । କିନ୍ତୁ ଧୀରେ ଧୀରେ କଙ୍ଗନା ଜଣେ ରାକ୍ଷସ ସ୍ୱଭାବର ମଣିଷରେ ପରିଣତ ହେଲେଣି । କଙ୍ଗନା ଯେଉଁ କଥା ସବୁକୁ ନେଇ ଅଭିଯୋଗ ଆଣୁଛନ୍ତି ଦିନ ଥିଲା କଙ୍ଗନା ସେହିଭଳି ହିଁ ଥିଲେ । ଅନ୍ୟମାନଙ୍କ ବିରୋଧରେ ବାରମ୍ବାର ବିବାଦୀୟ ବୟାନ ଦେଇ ସେ ସମସ୍ତଙ୍କ ସମ୍ମାନ ହାନୀ କରୁଛନ୍ତି । ଦର୍ଶକଙ୍କ ସହାନୁଭୂତି ପାଇବା ପାଇଁ ସେ ଏଭଳି ବ୍ୟକ୍ତିଗତ ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି । ସୋନା କହିଛନ୍ତି, କଙ୍ଗନା ବୋଧହୁଏ ନିଜକୁ ପ୍ରତିଟି ବିଷୟବସ୍ତୁର ପ୍ରତିନିଧିତ୍ୱ କରୁଥିବା ଭାବୁଛନ୍ତି ।
Comments ସମସ୍ତ ମତାମତ